କଟକ ୧୩/୧ : ଅଭିନେତ୍ରୀ ନିକିତା ଛାତରୁ ପଡ଼ିଯିବାବେଳେ ତାଙ୍କ ବାପା, ଭାଇ ଓ ସ୍ୱାମୀ (ଲିପନ) ତାଙ୍କୁ କିଛିସମୟ ଧରି ରଖିଥିଲେ ମଧ୍ୟ ଶେଷରେ ସେ ତଳକୁ ଖସି ପଡ଼ିଥିଲେ । ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ଲିପନଙ୍କ ଭଉଣୀ ସୋନମ ସାହୁ । ସେ କହିଛନ୍ତି ଯେ, ଘଟଣା ଦିନ ନିକିତା ଛାତରୁ ତଳକୁ ପଡ଼ି ଯିବାବେଳେ ତାଙ୍କ ବାପ, ଭାଇ ଓ ଲିପନ ତାଙ୍କୁ ଧରି ନେଇଥିଲେ । କିନ୍ତୁ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିଥିଲେ ହେଁ ଉଠାଇ ପାରିନଥିଲେ । ୭ ମିନିଟ କାଳ ଝୁଲି ରହିବା ପରେ ନିକିତା ତଳକୁ ଗଳି ପଡ଼ିଥିଲେ । ଏହି ମୃତ୍ୟୁ ଘଟଣାରେ ତାଙ୍କ ଭାଇ ଓ ବାପ-ମା’ (ନିକିତାଙ୍କ ଶାଶୁ-ଶ୍ୱଶୁର)ଙ୍କର କୋ÷ଣସି ଦୋଷ ନାହିଁ । ଯଦି ତାଙ୍କ ଭାଇ ନିକିତାଙ୍କୁ ଠେଲି ଦେଇଥାନ୍ତେ ତେବେ ନିକିତାଙ୍କ ବାପା-ବୋଉ ବା ଭାଇ କାହିଁକି ସେଦିନ ପୋଲିସକୁ ଜଣାଇନଥିଲେ ବୋଲି ସୋନମ ପ୍ରଶ୍ନ କରିଛନ୍ତି ।