ଦେଶ ବିଦେଶ

ନିଖୋଜ ବାୟୁସେନା ବିମାନ ଏଏନ-୩୨ର ମିଳିଲା ପତ୍ତା

Published

on

ନୂଆଦିଲ୍ଲୀ ୧୧/୬ : ନିଖୋଜ ବାୟୁସେନା ବିମାନ ଏଏନ-୩୨ର ମିଳିଲା ପତ୍ତା । ସର୍ଚ୍ଚ ଅପରେସନ ବେଳେ ଅରୁଣାଚଳ ପ୍ରଦେଶର ଲିପୋର ଉତରରେ ବିମାନର ସୁରାଗ ମିଳିଛି । ବିମାନର ବାକି ଅଂଶ ଖୋଜିବା ପାଇଁ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
ବିମାନଟି ଗତ ଜୁନ୍‌ ୩ ତାରିଖରେ ଆସାମର ଜୋର୍‌ହାଟ୍‌ରୁ ଅରୁଣାଚଳ ପ୍ରଦେଶ ଅଭିମୂଖେ ଉଡ଼ାଣ ଭରିଥିବା ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନଟି ଅରୁଣାଚଳ ପ୍ରଦେଶରେ ଅବତରଣ କିରିବା ପୂର୍ବରୁ ମଝିବାଟରେ ନିଖୋଜ ହୋଇ ଯାଇଥିଲା। ସେବେଠାରୁ ଭାରତୀୟ ବାୟୁସେନା ତା’ର ସମସ୍ତ ଅତ୍ୟାଧୁନିକ ବିମାନ ସମେତ ଇସ୍ରୋ ଉପଗ୍ରହ ଜରିଆରେ ନିଖୋଜ ବିମାନଟିକୁ ସନ୍ଧାନ କରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲା। ଶେଷର ଗତ ଜୁନ୍‌ ୮ ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ନିଖୋଜ ବିମାନ ସଂପର୍କରେ ଯିଏ କୌଣସି ବି ସୂଚନା ପ୍ରଦାନ କରିବ ତା’କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସୂରୁପ ପ୍ରଦାନ କରିବାକୁ ମଧ୍ୟ ବାୟୁସେନା ଘୋଷଣା କରିଥିଲା। ନିଖୋଜ ହେବାର ନବମ ଦିନରେ ଭାରତୀୟ ବାୟୁସେନା ନିଖୋଜ ଏଏନ୍‌-୩୨ର ଧ୍ୱଂସାବଶେଷକୁ ଠାବ କରିବାର ସମର୍ଥ ହୋଇଛି। ଅରୁଣାଚଳ ପ୍ରଦେଶର ଉତ୍ତର ଦିଗରେ ବିମାନଟି ଅବତରଣ କରିବା ସ୍ଥାନଠାରୁ ୧୫ରୁ ୨୦ କିମି ଭିତରେ ଏହି ବିମାନର ଧ୍ୱଂସାବଶେଷ ମିଳିଥିବା ଜାଣିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Trending

Exit mobile version