ନୂଆଦିଲ୍ଲୀ ୭/୧୨ : କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରି ଶୁକ୍ରବାର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଅହମ୍ମଦ ନଗର ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଅତିଥିରୂପେ ଯୋଗ ଦେଇଥିବାବେଳେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ । ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ବୋଲି ଶ୍ରୀ ଗଡ଼କରି ଟ୍ୱିଟ୍ କରିଛନ୍ତି । ଲୋ’ ସୁଗାର ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି ।