ରାଜନୀତି

ନିରଞ୍ଜନଙ୍କୁ ବଦ୍ରିଙ୍କ ଖୋଲା ଚ୍ୟାଲେଞ୍ଜ

Published

on

ଭୁବନେଶ୍ୱର ୨୮/୩ : ଘସିପୁରା ନିର୍ବାଚନ ମଣ୍ଡଳିକୁ ନେଇ ପୁଣି ଥିରେ ସାମ୍ନାସାମ୍ନି ହୋଇଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱି । ଏଥର ବିଜେଡିର ବରିଷ୍ଠ ନେତା ତଥା ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସିଧା ଚ୍ୟାଲେଞ୍ଜ କରିଛନ୍ତି । ଗତ କିଛି ମାସ ତଳ ଆରମ୍ଭ ହୋଇଥିବା ବାକ ଯୁଦ୍ଧ ନିର୍ବାଚନ ପୂର୍ବରୁ ପୁଣି ଆରମ୍ଭ ହୋଇଛି । ଗତ କିଛି ମାସ ତଳେ ଦୁହେଁ ଖୋଲାଖୋଲି ଭାବେ ପରସ୍ପରକୁ ଗମମାଧ୍ୟମରେ ଟାର୍ଗେଟ କରୁଥିଲେ । ଘସିପୁରା ପାଇଁ ପୁଣି ବିଜେଡି ଟିକେଟ ପାଇଥିବା ବିଧାୟକ ପ୍ରାର୍ଥୀ ପିସିସି ସଭାପତିଙ୍କୁ ଖୋଲା ଚ୍ୟଲେଞ୍ଜ କରିଛନ୍ତି । ଘସିପୁରାରୁ ତାଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ନିରଞ୍ଜନଙ୍କୁ ସେ ଆହ୍ୱାନ କରିଛନ୍ତି ।
ଏହାଛଡା ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ର ନିରଞ୍ଜନଙ୍କ ଉପରେ ବର୍ଷିଛନ୍ତି । କେନ୍ଦୁଝରରେ ନିରଞ୍ଜନଙ୍କୁ କେହି ଜାଣନ୍ତିନି ବୋଲି କହିଛନ୍ତି ବଦ୍ରି ପାତ୍ର । ଏହାସହ ମୋ ବିରୋଧରେ ପ୍ରଚାର କରୁଥିବା ଲୋକଙ୍କର ଗଣମାଧ୍ୟମ ମଧ୍ୟ ରହିଛି । ତାଙ୍କର ଟିଭି, ପେପର ଅଛି, ପ୍ରଚାର ପାଇଁ ମଧ୍ୟ ସବୁ ସୁବିଧା ରହିଛି ମୋ ବିରୋଧରେ ପ୍ରଚାର କରନ୍ତୁ । ଘସିପୁରାରେ ଅସନ୍ତୋଷକୁ ମୁଦ୍ଦା କରି ବଦ୍ରି ପାତ୍ର ସହ ଲଢନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି । ମୁଁ ଏଠାରେ ଛୋଟା ହୋଇ ପଡିଲେ ବି ଘସିପୁରରେ ଜିତିବି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version