ରାଜନୀତି

ନିରଞ୍ଜନ ଓ ସଗରିଆଙ୍କ ମଧ୍ୟରେ କଥା କଟାକଟି

Published

on

ଭୁବନେଶ୍ୱର ୧୮/୧ : ଏବେ କଂଗ୍ରେସର କିଛି ବିଧାୟକ ଓ ନେତା ଦଳ ଛାଡ଼ୁଥିବାବେଳେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ବିଶୃଙ୍ଖଳିତ ଆଚରଣ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରୀ ସଗରିଆଙ୍କୁ ଟିକେଟ କଟାଯିବାର ଚେତାବନୀ ଦେଇଥିବାବେଳେ ସଗରିଆ ଏହାକୁ ନେଇ ଶ୍ରୀ ପଟ୍ଟନାୟକଙ୍କ ଉପରେ ପ୍ରତି ଆକ୍ରମଣ କରିଛନ୍ତି । ଶ୍ରୀ ସଗରିଆ କହିଛନ୍ତି ଯେ, ସେ ଏପରି କିଛି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି, ଯେଉଁଥିରେ କି ତାଙ୍କ ଟିକେଟ କଟାଯିବ । ଏହାଛଡ଼ା ଟିକେଟ ପ୍ରଦାନ କ୍ଷମତା ପିସିସି ସଭାପତିଙ୍କର ନାହିଁ । ଏହା ଏଆଇସିସି କରିବ । ପିସିସି ସଭାପତି କେବଳ ନାଁ ସୁପାରିଶ କରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version