ନବରଙ୍ଗପୁର ୨୮/୩ : ଉମରକୋଟରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ରାଇଘର-ଜୋଡ଼ିଙ୍ଗା ରାସ୍ତାରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଆଗକୁ ଆସୁଥିବା ଲୋକସଭା ଓ ବିଧାନସଭା ଭୋଟ୍ ବର୍ଜନ କରିବା ପାଇଁ ପୋଷ୍ଟରରେ ଆହ୍ୱାନ କରାଯାଇଛି । ସିତାନଦୀ ଡିଭିଜନ ପକ୍ଷରୁ ଲଗାଯାଇଥିବା ପୋଷ୍ଟରକୁ ପୋଲିସ ଜବତ କରିଛି । ଭୋଟ ବର୍ଜନ ଓ ପୁଞ୍ଜିବାଦୀ ରାଜନୀତିକୁ ବିରୋଧ କରାଯାଇଛି । ତେବେ ପୋଷ୍ଟରକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନ ସମୟରେ ଯେଭଳି ଭାବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ ମାଓ ଅଧ୍ୟୁଷିତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।