ରାଜନୀତି

ନିର୍ବାଚନରେ କଳା ଟଙ୍କା ରୋକିବାକୁ ଦୃଢ଼ ପଦକ୍ଷେପ ନିଆଯିବ

Published

on

ଭୁବନେଶ୍ୱର ୫/୧ : ଆଗାମୀ ନିର୍ବାଚନରେ କଳାଟଙ୍କା ରୋକିବାକୁ କଠୋର ପଦକ୍ଷେପ ନିଆଯିବ । ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କଳାଟଙ୍କାରେ ଭୋଟରଙ୍କୁ ପ୍ରବର୍ତ୍ତାଇବା ପାଇଁ ହେଉଥିବା ଉଦ୍ୟମକୁ କିଭଳି ପ୍ରତିହତ କରି ହେବ ସେଥିନେଇ ବିଶତ ଆଲୋଚନା ହୋଇଥିଲା । ଏହାଛଡା ନିର୍ବାଚନ ପ୍ରସ୍ତୁତି, ନିର୍ବାଚନୀ ଖର୍ଚ୍ଚ ଓ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ଶର୍ମା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, କ୍ରାଇମବ୍ରାଂଚ ଅତିରିକ୍ତ ନିର୍ଦ୍ଦେଶକ ଏବଂ ଆୟକର ଓ ଅବକାରୀ ବିଭାଗର ଉଚ୍ଚ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version