ଦେଶ ବିଦେଶ

ନିର୍ବାଚନୀ ହିଂସା : ବୋମା ମାଡ଼ରେ ୩ ତୃଣ ମୂଳ କଂଗ୍ରେସ କର୍ମୀ ଆହତ

Published

on

ପଶ୍ଚିମବଙ୍ଗ ୨୩/୪ : ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜ୍ୟରେ ଉପୁଜି ଥିବା ନିର୍ବାଚନୀ ହିଂସା ଯୋଗୁ ୩ ଜଣ କର୍ମୀ ଆହତ ହୋଇଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ମୁରସିଦାବାଦସ୍ଥିତ ଡୋମକଲ୍ ମୁନିସିପାଲଟି ଠାରେ ଏହି ବୋମା ମାଡ଼ରେ ୩ ଜଣ ତୃଣ ମୂଳ କଂଗ୍ରେସ(ଟିଏମସି) କର୍ମୀ ଆହତ ହୋଇଥିବା ସୂଚନା ରହିଛି। ଆହତକର୍ମୀମାନଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲକୁ ନିଆଯାଇଛି।
ତେବେ, ବୋମା କିଏ ପକାଇଛି ତାହା ଏଯାବତ୍ ଜଣାପଡ଼ି ନାହିଁ ଯଦିଓ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ହେତୁ କେହି ବିରୋଧୀ ଏପରି କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Trending

Exit mobile version