ଦେଶ ବିଦେଶ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ : ଯୋଗୀ ଓ ମାୟାବତୀଙ୍କ ଉପରେ କଡା କାର‌୍ୟ୍ୟାନୁଷ୍ଠାନ

Published

on

ଉତ୍ତର ପ୍ରଦେଶର ୧୫/୪ : ପ୍ରଚାର ମୈଦାନରୁ ଯୋଗୀ ଓ ମାୟାବତୀ ଆଉଟ୍ । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ଉପରେ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ନିର୍ବାଚନ କମିଶନ । ଉଭୟଙ୍କ ପ୍ରଚାର ଉପରେ ବ୍ୟାନ୍ ଲଗାଇଛନ୍ତି ନିର୍ବାଚନ କମିଶନ । ଯୋଗି ଆଦିତ୍ୟନାଥଙ୍କ ପ୍ରଚାର ଉପରେ ୩ ଦିନ ବ୍ୟାନ ଲାଗିଥିବା ବେଳେ ମାୟାବତୀଙ୍କ ପ୍ରଚାର ଉପରେ ୪୮ ଘଣ୍ଟାର ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ଆସନ୍ତାକାଲି ସକାଳ ୬ଟାରୁ ଏହି ନିୟମ କାର‌୍ୟ୍ୟକାରୀ ହେବ।
ଏହି ସମୟସୀମା ମଧ୍ୟରେ ଯୋଗୀ ଓ ମାୟାବତୀ କୌଣସି ରାଲି କିମ୍ବା ନିର୍ବାଚନ ସଭା କରିପାରିବେ ନାହିଁ । ଏହାଛଡା ସୋସିଆଲ ମିଡିଆ ମଧ୍ୟ ବ୍ୟବହାର କରିପାରିବେ ନାହିଁ ଏପରିକି କୌଣସି ଗଣମାଧ୍ୟମକୁ ସାକ୍ଷାତକାର ମଧ୍ୟ ଦେଇପାରିବେନି ଏହି ୨ ନେତା । ନିର୍ବାଚନ କମିଶନଙ୍କ କାର‌୍ୟ୍ୟାନୁଷ୍ଠାନ ପରେ ଯୋଗୀ ୧୬, ୧୭ ଓ ୧୮ ତାରିଖରେ କୌଣସି ସଭା କରିପାରିବେନି ସେହିଭଳି ମାୟାବତୀ ୧୬ ଓ ୧୭ ଦୁଇ ଦିନ ପର‌୍ୟ୍ୟନ୍ତ ନିର୍ବାଚନ ପ୍ରଚାରରୁ ଦୂରେଇ ରହିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version