ଦେଶ ବିଦେଶ

ନିର୍ବାଚନ ଆୟୋଗରେ ସାମ୍ବାଦିକଙ୍କ ନୋ ଏଣ୍ଟ୍ରି ବୋର୍ଡ !

Published

on

ନୂଆଦିଲ୍ଲୀ ୨୧/୪ : ନିର୍ବାଚନ ଆୟୋଗରେ ସାମ୍ବାଦିକଙ୍କ ନୋ ଏଣ୍ଟ୍ରି ବୋର୍ଡ ଲାଗିଯାଇଛି । ପତ୍ରକାରଙ୍କ ପ୍ରବେଶ ନିୟନ୍ତ୍ରଣ କରିବା ନେଇ ଆୟୋଗର ଆନ୍ତରିକ ଅଫିସରୁ ଅର୍ଡର ଆସିଛି । ଏବେ ସାମ୍ବାଦିକଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପାସକୁ ନେଇ ଏବେ ନିର୍ବାଚନ କମିଶନ୍ ଏବେ ନୂଆ ଆଦେଶ ଦେଇଛନ୍ତି । ଏବେ କେବଳ ମୁଖ୍ୟ ନିର୍ବାଚନ ଆୟୁକ୍ତ,ଉପ ନିର୍ବାଚନ ଆୟୁକ୍ତ ଏବଂ ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ ପାସ୍ ପ୍ରସ୍ତୁତ ହେବ । ସୁଚନାନୁସାରେ ପ୍ରଥମଥର ପାଇଁ ନିର୍ବାଚନ ଆୟୋଗଙ୍କ ପାଖକୁ ପତ୍ରକାରଙ୍କ ପ୍ରବେଶକୁ ନେଇ ଏହିଭଳି ଏକ ବିଶେଷ ଅଫିସରୁ ଅର୍ଡର ଆସିଛି । ଏହି ନୂଆ ଆଦେଶ ପୂର୍ବରୁ ଲିଖିତ ଆଦେଶ ଆଧାରରେ ପାସ୍ ପ୍ରସ୍ତୁତ କରିବା ଆବଶ୍ୟକ ଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version