ଦେଶ ବିଦେଶ

ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ କରି ସଂସ୍କୃତ ଅଧ୍ୟାପକ ନିଲମ୍ବିତ

Published

on

ମଧ୍ୟପ୍ରଦେଶର ୧୬/୫ : ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିବା ଜଣେ ଅଧ୍ୟାପକଙ୍କୁ ମହଙ୍ଗା ପଡିଛି । ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ ପାଇଁ ଅଧ୍ୟାପକଙ୍କୁ ସସପେଣ୍ଡ ହେବାକୁ ପଡିଛି । ଏଭଳି ଘଟଣା ମଧ୍ୟପ୍ରଦେଶର ଉଜ୍ଜେନରେ ଦେଖିବାକୁ ମିଳିଛି ।
ଜ୍ୟୋତିଷ ତଥା ପେଶାରେ ସଂସ୍କୃତ ଅଧ୍ୟାପକ ଥିବା ରାଜେଶ୍ୱର ଶାସ୍ତ୍ରୀ ମୁସଲଗାଓଁକରଙ୍କୁ ନିର୍ବାଚନ ଆଚରଣ ସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ବିକ୍ରମ ବିଶ୍ୱବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ କରିବା ସହ ଏହାକୁ ଫେସବୁକରେ ପୋଷ୍ଟ କରିଥିଲେ । ଯେଉଁଥିପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଛି ।
ରାଜେଶ୍ୱର ନିଜ ଭବିଷ୍ୟବାଣୀରେ କହିଥିଲେ, ଚଳିତ ନିର୍ବାଚନରେ ବିଜେପି ବମ୍ପର ବିଜୟ ହାସଲ କରିବ । ଏପରିକି ୨୦୧୪ ତୁଳନାରେ ବିଜେପିକୁ ଅଧିକ ସିଟ୍ ମିଳିବ ବୋଲି ସେ ଭବିଷ୍ୟବାଣୀ କରିଥିଲେ । ତାଙ୍କ ଆକଳନ ଅନୁଯାୟୀ, ବିଜେପିକୁ ଏକାକୀ ପାଖାପାଖି ୩୦୦ ସିଟ ମିଳିବ ଓ ଏନଡିଏ ୩୦୦ରୁ ଅଧିକ ସିଟରେ ବିଜୟୀ ହେବ । ଆଉ ଏହି ଭବିଷ୍ୟବାଣୀ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version