ଅପରାଧ

ନିର୍ବାଚନ ଫ୍ଲାଇଂ ସ୍କ୍ୱାଡ ଯାଂଚ : ଲକ୍ଷାଧିକ ଟଙ୍କା ଜବତ

Published

on

ବାଲେଶ୍ୱର ୪ : ଆଚରଣ ବିଧି ଉଲଙ୍ଘନକୁ ଦୃଷ୍ଟିରେ ରଖି ଫ୍ଲାଇଂ ସ୍କ୍ୱାର୍ଡ଼ ଦ୍ୱାରା ସମସ୍ତ ଅଂଚଳରେ ଯାଂଚ ଚାଳିଛି । ଆଜି ବାଲେଶ୍ୱର ଜିଲ୍ଲାରୁ ୫ଲକ୍ଷ ୩୯ ହଜାର ଟଙ୍କା ଜବତ ବେଳେ ଢେଙ୍କାନାଳରୁ ୯ ଲକ୍ଷ ୫୭ ହଜାର ଟଙ୍କା ଜବତ ହୋଇଛି ।
ନିର୍ବାଚନ ନିକଟରେ ହେଉଥିବା ବେଳେ ପ୍ରତିଦିନ ଗାଡ଼ିରୁ ଟଙ୍କା ଜବତ ହେଉଛି । ଗାଡ଼ି ଯାଂଚ ବେଳେ ଆଜି ବାଲେଶ୍ୱର ଜିଲ୍ଲା ବାମପଦା ଠାରୁ ତିନୋଟି ଗାଡ଼ିରୁ ବିପୁଳ ଟଙ୍କା ଜବତ ହୋଇଛି । ସେହି ରାସ୍ତାରେ ଯାଉଥିବା ଗାଡ଼ି ଗୁଡ଼ିକୁ ଯାଂଚ ବେଳେ ଗୋଟିଏ ବାଇକରୁ ୧ଲକ୍ଷ ୭୫ ହଜାର , ଅନ୍ୟ ଏକ ଗାଡ଼ିରୁ ୮୨ହଜାର ଓ ତୃତୀୟ ଗାଡ଼ିରୁ ୨ଲକ୍ଷ ୮୨ ହଜାର ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ଼ ଜବତ କରିଛି । ଏହା ସହ ଢେଙ୍କାନାଳ ଜିଲ୍ଲା କୋରିଆଁ ନିକଟରେ ଏକ ମାରୁତି କାରରୁ ୯ଲକ୍ଷ ୫୭ହଜାର ଟଙ୍କା ଜବତ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version