ଦେଶ ବିଦେଶ

ନିର୍ବାଚନ ସମୟରେ ନେତାମାନେ ଆଦର୍ଶ ଆଚରଣ ସଂହିତା ଉଲ୍ଲଙ୍ଘନ କଲେ ନିଲମ୍ବିତ କରାଯାବ : ସୁପ୍ରିମକୋର୍ଟ

Published

on

ନୂଆଦିଲ୍ଲୀ ୭/୪ : ଉଚ୍ଚତମ ନ୍ୟାୟାଳୟରେ ସମସ୍ତ ପଞ୍ଜୀକୃତ ଏବଂ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳକୁ ସୂଚନା ଅଧିକାର କାନୁନରେ ସାମିଲ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି । ବିଜେପି ନେତା ଏବଂ ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଯାଚିକାରେ କୁହାଯାଇଛି, ଜନ ପ୍ରତିନିଧୀ କାନୁନ ଧାରା ୨୯ସି ଅନୁସାରେ ରାଜନୈତିକ ଦଳଗୁଡିକୁ ମିଳୁଥିବା ଦାନ ବିଷୟରେ ଭାରତୀୟ ନିର୍ବାଚନ ଆୟୋଗ ଜାଣିବା ଉଚିତ୍ ।
ଏହା ଦ୍ୱାରା ଘୋଷଣା କରାଯାଇ ପାରିବ ଯେ, ରାଜନୈତିକ ଦଳ ଆରଟିଆଇ କାନୁନ, ୨୦୧୫ ଧାରା ୨୯(ଏଚ୍) ଆଧାରରେ ସାର୍ବଜନିକ ପ୍ରାଧିକରଣ ରହିଛି । ଏହା ଦ୍ୱାରା ନିର୍ବାଚନ ସମୟରେ ରାଜନୈତିକ ଦଳର ନେତାମାନେ ଆଦର୍ଶ ଆଚରଣ ସଂହିତା ଉଲ୍ଲଙ୍ଘନ କଲେ ସେମାନଙ୍କୁ ନିଲମ୍ବିତ କରାଯାଇ ପାରିବ । ଯାଚିକାରେ ଏହା ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି କି, ସମସ୍ତ ପଞ୍ଜୀକୃତ ଏବଂ ମାନ୍ୟତା ପ୍ରାପ୍ତ ରାଜନୈତିକ ପାର୍ଟି ଚାରି ସପ୍ତାହ ମଧ୍ୟରେ ଜନ ସୂଚନା ଅଧିକାରୀମ, ସକ୍ଷମ ପ୍ରାଧୀକରଣ ନିଯୁକ୍ତି ଏବଂ ଆରଟିଆଇ କାନୁନ ୨୦୦୫ ଆଧାରରେ ସୂଚନାର ଖୁଲାସା କରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version