ରାଜନୀତି

ନିର୍ବାଚନ ସମୟରେ ଭୋଟ୍ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ନେତା : ନବୀନ

Published

on

ବାଲେଶ୍ୱର ୨୪/୪ : ବାଲେଶ୍ୱର ନିର୍ବାଚନୀ ଜନସଭାରେ ବିଜେପିକୁ ନିଶାନା କରି ନବୀନ କହିଛନ୍ତି କି, ପ୍ରାକୃତିକ ବିପର‌୍ୟ୍ୟୟ, ଦୁର୍ବିପାକ ହେଲା କିନ୍ତୁ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳିଲାନି । ହେଲେ ନିର୍ବାଚନ ସମୟରେ ଭୋଟ୍ ପାଇଁ ଦୌଡ଼ି ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କହି ବିଜେପିକୁ ସମାଲୋଚନା କରିଛନ୍ତି ନବୀନ । ଏପରିକି ପ୍ରତିଥର ଭଳି ‘କାଳିଆ’ ଯୋଜନାକୁ ନେଇ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି ନବୀନ । ଏହି ଯୋଜନାକୁ କେନ୍ଦ୍ରର ବିଜେପି ସରକାର ବନ୍ଦ କରିବାକୁ ଚକ୍ରାନ୍ତ କରିଛି । କିନ୍ତୁ ମୁଁ ଥିବା ଯାଏଁ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ସରକାର ଗଠନର ପ୍ରଥମ ଦିନରେ ୨ଟି କିସ୍ତିର ୧୦ ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।
ସେହିପରି ବାଲେଶ୍ୱରରେ ମେଡ଼ିକାଲ କଲେଜ ହେଲା ଆପଣ ମାନେ ଖୁସି ତ? କିନ୍ତୁ ଏଥିରେ ମଧ୍ୟ କେନ୍ଦ୍ର ସରକାର ପକ୍ଷପାତିତା କରିଛି । ରାଜ୍ୟ ସରକାର ୨୫୦ କୋଟି ଟଙ୍କା ଦେଇଥିବାବେଳେ କେନ୍ଦ୍ର ଦେଇଛି ୧୦୦ କୋଟି । ଆଉ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏହି ମେଡ଼ିକାଲ କଲେଜ ନିର୍ମାଣକୁ ବିରୋଧ କରୁଥିଲେ କିନ୍ତୁ ରାଜ୍ୟ ସରକାର ନିଜ ଉଦ୍ୟମରେ ଏହାକୁ ସଫଳ କରାଇଛନ୍ତି । ଏହା କେମିତିକା ହୀନ ରାଜନୀତି ବୋଲି ପ୍ରଶ୍ନ କରିଛନ୍ତି ନବୀନ । ଯାହାର ଜବାବ୍ ଓଡ଼ିଶାବାସୀ ଆଗାମି ଦିନରେ ନିଶ୍ଚିତ ଦେବେ ବୋଲି କହି ବିଜେପିକୁ ଟାର୍ଗେଟ କରିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *

Trending

Exit mobile version