ନୂଆଦିଲ୍ଲୀ ୨୬/୩ : ସାରା ଦେଶରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି । ଏ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଛି ।
ମାର୍ଚ୍ଚ ୨୫ ତାରିଖ ଯାଏ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୧୪୩ କୋଟି ୪୭ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ସହିତ ୮୯ କୋଟି ୬୪ ଲକ୍ଷ ଟଙ୍କାର ମଦ ଓ ୧୩୧ କୋଟି ୭୫ ଲକ୍ଷ ଟଙ୍କାର ନିଶାଦ୍ରବ୍ୟ ଜବତ ହୋଇଛି । ସେହିପରି ୧୬୨ କୋଟି ୯୩ ଲକ୍ଷ ଟଙ୍କାର ମୂଲ୍ୟ ଧାତୁ ମଧ୍ୟ ମରାମତ କରାଯାଇଛି । ସେହିପରି ପ୍ରାୟ ୧୨.୨୦୨ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।