ନୂଆଦିଲ୍ଲୀ ୨୬/୩ : ନରେନ୍ଦ୍ର ମୋଦି ଓ ଅମିତ ଶାହ ପାଖାପଖି ୧୨୫ରୁ ୧୫୦ ରାଲିକୁ ସମ୍ବୋଧିତ କରିବେ । ମାର୍ଚ୍ଚ ଶେଷ ସପ୍ତାହରୁ ମେ’ ଦ୍ୱିତୀୟ ସପ୍ତାହ ମଧ୍ୟରେ ଏହି ରାଲି ଦେଶର ବିଭିନ୍ନ ସ୍ଥାନରେ ହେବ । ୫୦ ଦିନ ମଧ୍ୟରେ ପ୍ରାୟ ଦେଢଶହ ରାଲି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୮ ତାରିଖରେ ଉତ୍ତରପ୍ରଦେଶର ମିରଟରୁ ରାଲିର ବିଗୁଲ ଫୁଙ୍କିବେ ମୋଦି । ଓଡିଶାରେ ମୋଦିଙ୍କ ଅଭିିଯାନ ମେ’ ୨୦ରୁ ଆରମ୍ଭ ହେବ । ମେ ୨୯ ଓ ଏପ୍ରିଲ ପହିଲାରେ ମୋଦି ଦୁଇଟି ରାଲିକୁ ସମ୍ବୋଧିତ କରିବେ । ମେ’ ୨୯ରେ କୋରାପୁଟର ଜୟପୁର ଓ ଏପ୍ରିଲ ପହିଲାରେ ଭବାନୀପାଟଣାରେ ଏହିକାଲି ହେବ । ନିର୍ବାଚନ ସମୟରେ ମୋଦି ଯେଭଳି ସବୁ ରାଜ୍ୟକୁ ଯାଇପାରିବେ ସେ ନେଇ ବିଜେପି ରୋଡମ୍ୟାପ ପ୍ରସ୍ତୁତ କରୁଛି ।