ପାଟନା:ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ନିଶାନିବାରଣ ବ୍ୟବସ୍ଥା ଲାଗୁ କରିବା ପରେ ଏବେ ଆଚାର ସଂହିତା ଦେଶକୁ ଶିଖିବାକୁ ଚାହୁଁଛନ୍ତି। ନେପାଳ ବର୍ତମାନ ବିହାରର ଏକ ଅଂଶକୁ ଏହାର ଅଂଚଳ ବୋଲି ଦାବି କରିବା ଆରମ୍ଭ କଲାବେଳେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏହି ପ୍ରବଚନ ରାଜ୍ୟ ରାଜନୀତିରେ ବେଶ କୌତୁହଳ ସୃଷ୍ଟି କରିଛି।
ଷ୍ଟ୍ରୀମିଙ୍ଗ ସିନେମା ଓ ଅନ୍ୟନ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଶ୍ଳୀଳତା, ହିଂସା ଆଦି ଦେଖା ଯାଉଛି। ଏହାର ପ୍ରଭାବ ସମାଜ ଉପରେ ଏବଂ ବିଶେଷ କରି ଛୋଟ ଛୋଟ ପିଲାଙ୍କ ଉପରେ ପଡୁଛି। ଷ୍ଟ୍ରୀମିଙ୍ଗ ବିଷୟବସ୍ତୁ ବା କଣ୍ଟେଣ୍ଟ ଉପରେ ସେନସର ବୋର୍ଡର କୌଣସି କାର୍ତ୍ତୃତ୍ୱ ନାହିଁ। ଏହି ଘଟଣା ନୀତିଶଙ୍କୁ ବିବ୍ରତ କରିଛି।
ନୀତିଶ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଚିଠି ଲେଖି ଷ୍ଟ୍ରୀମିଙ୍ଗକୁ ସିନେମାଟୋଗ୍ରାଫି ଆକ୍ଟ 1962 ଅନ୍ତର୍ଭୁକ୍ତ କରାଯାଇ ଏହାର କଣ୍ଟେଣ୍ଟକୁ ସେନସର କରାଯାଉ ବୋଲି ଦାବି କରିଛନ୍ତି।