ରାଜ୍ୟ

ନୀଳଗିରିରେ ୪୦ ଝାଡ଼ଖଣ୍ଡୀ ହାତୀ

Published

on

ବାଲେଶ୍ୱର ୧୨/୬ : ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀଙ୍କ ଆତଙ୍କ ଦେଖାଦେଇଛି । ଏକ ଝାଡ଼ଖଣ୍ଡୀ ହାତୀପଲ ପଶି ଆସିଛନ୍ତି । ଏହି ହାତୀ ପଲରେ ୪୦ଟି ହାତୀ ଥିବାବେଳେ ସେଥିମଧ୍ୟରେ ୫ଟି ଛୁଆ ହାତୀ ରହିଛନ୍ତି । ଦୁର୍ଗାଦେବୀ ଅଞ୍ଚଳ ଦେଇ ଆଜି ସକାଳୁ ସକାଳୁ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ହାତୀ ପଲ ବୁଲୁଛନ୍ତି । ଚଳିତ ବର୍ଷ ୫ ଥର ବାଲେଶ୍ୱର ଝାଡ଼ଖଣ୍ଡୀ ହାତୀ ପ୍ରବେଶ କରିଛନ୍ତି । ହାତୀ ପଲଙ୍କୁ ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି । ହାତୀମାନେ ଫସଲ ନଷ୍ଟ କରିବା ନେଇ ଲୋକେ ଆଶଙ୍କା କରିଛନ୍ତି । ବନ ବିଭାଗ କର୍ମଚାରୀ ପହଁଚି ହାତୀ ପଲକୁ ଘଉଡ଼ାଇବାକୁ ଉଦ୍ୟମ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version