ଜଗତସିଂହପୁର : ତିନି ଦିନିଆ ରିମାଣ୍ଡ ସରିବା ପରେ ଜେଲ ଗଲା ରାଜା । ନୀହାରିକା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ରାଜ କିଶୋର ଅଞ୍ଚଳ । ରାଜାକୁ ଗତକାଲି ଆଳିପିଙ୍ଗଳସ୍ଥିତ ଉପକାରାଗାରକ ପଠାଇ ଦିଆଯାଇଛି । ଗତ ୨୩ ତାରିଖରେ ବିରିଡି ଥାନା ପୋଲିସ ପଚରାଉଚରା ପାଇଁ ରାଜାକୁ ୩ ଦିନ ରିମାଣ୍ଡରେ ନେଇଥିଲା । ତେବେ ରାଜା ହିଁ ନୀହାରିକାକୁ ମାରିଥିବା ଓ ପରେ ଏକ ଅଖାରେ ପୁରାଇ ବିଲୁଆଖାଇ ନଦୀରେ ପକାଇଥିବା ପୋଲିସ ଆଗରେ ସ୍ୱିକାର କରିଛି ବୋଲି ଏସପି ଆର ପ୍ରକାଶ ସୂଚନା ଦେଇଛନ୍ତି । ନୀହାରିକାକୁ କିପରି ମାରିଲା ସେ ସମ୍ପର୍କରେ ଯଦିଓ ରାଜା ସ୍ପଷ୍ଟ କରି ନାହିଁ କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟି ଚିପି ହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡିଛି । ତେବେ ନୀହାରିକା ଚରିତ୍ରକୁ ସନ୍ଦେହ କରି ଅନ୍ୟତ୍ର ବିବାହ ପ୍ରସ୍ତାବ ପଡିବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗିଥିଲା । ତେବେ ଏନଡିଏ ଓ ଭିସାରା ରିପୋର୍ଟ ଆସିବା ପରେ ରାଜାକୁ ପୁଣିଥରେ ରିମାଣ୍ଡରେ ନିଆଯିବ ବୋଲି ଏସପି କହିଛନ୍ତି ।