ରାଜ୍ୟ

ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର କଲେ ଉଦଘାଟନ

Published

on

ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦଘାଟନ

ଖଡ଼ିଆଳ: ନୂଆପଡା ଜିଲ୍ଲାର ତିନୋଟି ମୁଖ୍ୟ ସମସ୍ଯା ଥିଲା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗ । ଫ୍ଲୋରାଇଡ ଯୁକ୍ତ ପାଣି ଯୋଗୁଁ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଥିଲେ । ଜଳ ସେଚନ ଅଭାବରୁ ଚାଷବାସ ରେ ଅସୁବିଧା ହେଉଥିଲା ଏବଂ ଯୋଗାଯୋଗ ବ୍ୟବସ୍ତା ଉନ୍ନତ ନଥିବାରୁ ଆର୍ଥିକ ଉନ୍ନତି ସାଧିତ ହୋଇ ପାରୁନଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଏନକେ ନେତୃତ୍ବରେ ନୂଆପଡାର ଏହି ତିନିଗୋଟି ସମସ୍ୟାର ସମାଧାନ ହୋଇ ପାରିଛି ଏବଂ ନୂଆପଡା ଓଡିଶାର ବିକାଶ ଇତିହାସ ରେ ନିଜର ସ୍ଥାନ ସୁଦୃଢ କରିପାରିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ନୂଆପଡା ଗସ୍ତରେ ଯାଇ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହି ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଏବଂ ବିଭିନ୍ନ ପିଇବା ପାଣି ପ୍ରକଳ୍ପ ।

ଏହି ଅବସରରେ ଆଜି ଖଡିଆଳ ଠାରେ ଏକ ବିରାଟ ଜନସଭା କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ନୂଆପଡା ବାସୀ ଫ୍ଲୋରାଇଡ ପାଣି ଯୋଗୁଁ ବହୁତ ସମସ୍ୟାର ସମୁଖୀନ ହେଉଥିଲେ । ମା ମାନଙ୍କୁ ଭଲ ପିଇବା ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା । ଆଜି ସେ ସମସ୍ଯା ନାହିଁ । ଆଜି ନୂଆପଡା ର ଏକ ଲକ୍ଷ ପରିବାର ପାଖରେ ଆଜି ପାଇପ ପାଣି ପହଞ୍ଚି ପାରିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ପାଣିରୁ ଫ୍ଲୋରାଇଡ Fluoride ଦୂର କରିବା ପାଇଁ ୧୧୦୦ ରୁ ଅଧିକ ଫ୍ଲୋରାଇଡ ରିମୁ ଭାଲ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ୯୦୦ ରୁ ଅଧିକ ଗାଁ କୁ ସଂପୂର୍ଣ୍ଣ ଭାବରେ ଫ୍ଲୋରାଇଡ ସମସ୍ଯାରୁ ମୁକ୍ତ କରାଯାଇଛି । ନୂଆପଡାର ସବୁ ପରିବାରକୁ ୨୦୨୨ ସୁଦ୍ଧା ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭୦୦ କୋଟି ଟଙ୍କା ୨୦୫ ଟି ପାଇପ ୱାଟର ସପ୍ଲାୟ ପ୍ରୋଜେକ୍ଟ ଏବଂ ଗୋଟିଏ ମେଗା ପାଇପ ୱାଟର ସପ୍ଲାୟ ପ୍ରୋଜେକ୍ଟ କାମ ଚାଲିଛି ।

ଆଜି ଉଦଘାଟିତ ଲୋୟର ଇନ୍ଦ୍ରକୁ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚିର ମରୁଡି ପ୍ରପୀଡିତ ଅଞ୍ଚଳ ନୂଆପଡାରେ ଆଜି ନୂଆ ସବୁଜିମା ସୃଷ୍ଟି ହୋଇଛି । ନୂଆପଡା ଆଜି ବିକାଶର ନୂଆ ଇତିହାସ ଲେଖିଛି । ଜିଲ୍ଲାରେ ଗତ ଦଶ ବର୍ଷ ମଧ୍ୟରେ ଜଳସେଚନ ସୁବିଧା ୫୪ପ୍ରତିଶତ ବଢିଛି । ଜିଲ୍ଲାର ଦେଢ ଲକ୍ଷ ଏକର ଜମିକୁ ଆଜି ପାଣି ସୁବିଧା ମିଳିଛି । ନୂଆପଡା ର ଚାଷୀ ଆଜି ଧାନ ଉତ୍ପାଦନ ସହିତ ଆଜି ମକା ଚାଷ , କପା ଚାଷ କରିପାରୁଛି । ଆଜିର ଏ ପ୍ରକଳ୍ପ ଚାଷୀ ମାନଙ୍କ ଭିତରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବ । ଏ ପ୍ରକଳ୍ପ ଦ୍ଵାରା ନୂଆପଡା ର କୋମନା, ଖଡିଆଳ ଓ ବଲାଙ୍ଗୀର ର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ର ୨୦୦ ଟି ଗାଁ ର ୧,୮୦,୦୦୦ ଲୋକ ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସେମାନଙ୍କ ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।

ନୂଆପଡାରେ ଚାଲିଥିବା ୨୨୦ କୋଟି ଟଙ୍କାର ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହା ଦ୍ଵାରା କୋମନା, ନୂଆପଡା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮୦୦୦ ଏକର ରୁ ଅଧିକ ଜମି କୁ ପାଣି ମିଳିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଲୋୟର ଇନ୍ଦ୍ର ପ୍ରୋଜେକ୍ଟ ଅଣ୍ଡର ଗ୍ରାଉଣ୍ଡ ପାଇପଲନ ଟେକ୍ନୋଲୋଜିରେ ନିର୍ମିତ ହୋଇଥିବାରୁ ଏହି ପ୍ରୋଜେକ୍ଟରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇବା ପାଇଁ କାମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଲୋୟର ଇନ୍ଦ୍ର ପ୍ରୋଜେକ୍ଟ ସାଇଟରେ ୩ କୋଟି ଟଙ୍କା ବ୍ୟୟ ରେ ଏକ ସାଇନ୍ସ ପାର୍କ ଓ ମୁଜିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ନୂଆପଡା ଓ ଖଡିଆଳ ଏନଏସିରେ ଦୁଇଟି ୱିଣ୍ଡୋର ଷ୍ଟାଡିୟମ ସହିତ ଖଡିଆଳ ସ୍ଵୟଂ ଶାସିତ କଲେଜରେ କ୍ରୀଡା ଭିତ୍ତିଭୂମି ର ବିକାଶ କରାଯିବ ।

ନୂଆପଡା ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ବିକାଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡାରେ ଶିଶୁ ମୃତ୍ୟୁ ହାର କମିଛି । ମା ମାନଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ନୂଆପଡା ବହୁତ ଭଲ କାମ କରିଛି । ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ରାଜ୍ୟର ବଡ ବଡ ସହରର ହସ୍ପିଟାଲ ସହ ସମକକ୍ଷ ହୋଇପଡ଼ିଛି । ବିଜୁ ଏକ୍ସପ୍ରେସ ୱେ ରେ ସବୁଠାରୁ ଅଧିକ ଲାଭ ପାଇଛି ନୂଆପଡା । ୬୮୦ କୋଟି ଟଙ୍କା ଖର୍ଚ୍ଚରେ ୧୩୨ କି.ମି ରାସ୍ତା କେବଳ ନୂଆପଡା ରେ ହିଁ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇ ଜିଲ୍ଲା ର ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ନୂଆପଡା ସହ ବିଜୁବାବୁଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡା କୁ ବିଜୁବାବୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, “ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” । ଆଜି ନୂଆପଡାର ରୂପାନ୍ତର କୁ ଆପଣ ମାନେ ଦେଖି ପାରୁଛନ୍ତି ଓ ଅନୁଭବ କରିପାରୁଛନ୍ତି । ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାର ଭେଲା ଗାଁ ର ସ୍ଵାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭେଲା ର ସଂଗ୍ରାମୀମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସ୍ମାରକ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।


ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓ ନୂଆପଡା ଜିଲ୍ଲାର ବିଧାୟକ ମାନେ ମୁଖ୍ୟ ଶାସନ ସଚିବ ସୁରେେଶ ମହାପାତ୍ର ଜଳସେଚନ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଭି କେ ପଣ୍ଡିଆନ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version