ନୂଆଦିଲ୍ଲୀ: ନୂଆବର୍ଷ ପୂୂର୍ବରୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବ୍ୟାପକ ଅଦଳ ବଦଳ ହେବାର ସମ୍ଭାବନା ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀମାନଙ୍କ ବିଭାଗରେ ବି ବ୍ୟାପକ ଅଦଳ ବଦଳ କରିବାର ସମ୍ଭାବନା ରହିଛି।
ବର୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଏହି ଅଦଳ ବଦଳ କରିବେ। ତା ଛଡା ସରକାରରେ ଏବଂ ମନ୍ତ୍ରିମଣ୍ଡଳରେ ତାଙ୍କର ଅଖଣ୍ଡ କର୍ତ୍ତୃତ୍ୱ ରହିଛି ତାହାର ସମ୍ବାଦ ଏହି ମନ୍ତ୍ରୀମଣ୍ଡଳ ଅଦଳ ବଦଳ ଦ୍ୱାରା ସେ ଦେଶବାସୀଙ୍କୁ ଏବଂ ଦଳୀୟ ନେତାଙ୍କୁ ଦେବାକୁ ଚାହିଁବେ ।
ଗୋଟେ ପଟେ ବିହାର ନିିିର୍ବାଚନରେ ଏନ୍ଡ଼ିଏର ବିଜୟ ଅନ୍ୟ ପଟେ କରୋନା ମହାମରୀର ପ୍ରକୋପ, ଅର୍ଥନୀତିର ଶୋଚନୀୟ ଅବସ୍ଥା ଏବଂ ଚୀନ ଆକ୍ରମଣ ଆଦି ଘଟଣା। ମନ୍ତ୍ରୀମଣ୍ଡଳ ଗଠନକୁ ପ୍ରଭାବିିିତ କରିିିବ।
ଗତ ୨୦୧୪ରେ ସରକାର ଗଠନ କରିବାପରେ ପ୍ରଧାନମନ୍ତ୍ରୀ ମୋଦି ଏକ ୪୫ ଜଣିଆ ଛୋଟ ମନ୍ତ୍ରିମଣ୍ଡଳ ଗଢ଼ିଥିଲେ। ଏଥିରେ ୨୩ କ୍ୟାବିନେଟ ଓ ୨୨ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଥିଲେ। ହେଲେ ଏହାର ଛଅ ମାସ ପରେ ଅର୍ଥାତ ନଭେମ୍ବର ଗତ ୨୦୧୪ରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରି ଆହୁରି ୨୧ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ। ଏବଂ ଜୁଲାଇ ୨୦୧୬ ବେଳକୁ ମନ୍ତ୍ରିମଣ୍ଡଳର ଆକାର ୭୦ ଟପି ଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦି ମେ ୨୦୧୯ରେ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହେବାପରେ ଏକ ୫୭ ଜଣିଆ ଛୋଟିଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି। ଆଶା କରାଯାଉଥିଲା ସେ ତାଙ୍କର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଖୁବଶୀଘ୍ର କରିବେ।
ହେଲେ ଇତିମଧ୍ୟରେ ୧୮ ମାସ ବିତିଗଲାଣି ।
ଶିବସେନାର ଅରବିନ୍ଦ ସୱନ୍ତ ଅକାଳୀ ଦଳର ହରସିମ୍ରତ କୌରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତାଫା ଦେବାପରେ ଏବଂ ରାମ ବିିିଲାସ ପାଶ୍ୱନଙ୍କ ମୃତ୍ୟୁ ପରେ ମନ୍ତ୍ରୀ ସଂଖ୍ୟା ୫୪କୁ ଖସିଗଲାଣି।
ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କଲାବେଳେ ଦକ୍ଷତା ଓ ରାଜନୀତିକୁ ନିଶ୍ଚିତ ଭାବେ ଗୁରୁତ୍ୱ ଦେବେ। ଅର୍ଥ, ବିଦେଶ ଵ୍ୟାପାର, ଗୃହ ଓ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଆହୁରି ଦକ୍ଷ କରିବାକୁ ଚାହିଁବେ। ଶିଳ୍ପ ବାଣିଜ୍ୟ, ଗୁର ଶିଳ୍ପ ଓ ଅତି କ୍ଷଦ୍ର, କ୍ଷଦ୍ର ଓ ମାଧ୍ୟମ ଶିଳ୍ପ ବିଭାଗକୁ ଏକାଠି କରି ପାରନ୍ତି। ସେହିଭଳି ଇସ୍ପାତ, ଖଣି ଓ କୋଇଲା କୁ ଏବଂ ପେଟ୍ରୋଲିୟମ ଓ ଶକ୍ତି ବିଭାଗକୁ ଏକାଠି କରି ପାରନ୍ତି।
ବିହାରରେ, ମଧ୍ୟ ପ୍ରଦେଶରେ ନିର୍ବାଚନ ବିଜୟ ଏବଂ ପଶ୍ଚିମବଙ୍ଗ ରେ ନିର୍ବାଚନ ଥିବାରୁ ସେ ରାଜ୍ୟରୁୁ ମନ୍ତ୍ରୀ ନେଇପାରନ୍ତି। ଆସନ୍ତା ବର୍ଷ ଆସାମରେ ନିର୍ବାଚନ ହେବାକୁ ଥିବାରୁ ସେଠାରେ ବଜେପି ହିମନ୍ତ ବିଶ୍ୱ ଶର୍ମାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ନିବର୍ଚନ ଲଢ଼ିବାକୁ ଯାଉଛି। ଏଣୁ ଶର୍ମାଙ୍କ ରାସ୍ତା ସଫା କରିବାକୁ ବର୍ତମାନର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେବାଲଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିପାରେ। ମହାରାଷ୍ଟ୍ରରେ ଦଳକୁ ମଜବୂତ କରିବାକୁ ଦେବେନ୍ଦ୍ର ଫଡନାବିସଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାର ସମ୍ବବନା ରହିଛି।
ମଧ୍ୟପ୍ରଦେଶର ବିଦ୍ରୋହୀ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବାର ସମ୍ଭାବନା ରହିଛି।
ନିର୍ମଳା ସୀତାରାମାନଙ୍କ ହାତରୁ ଅର୍ଥ ବିଭାଗ ଯାଇପାରେ। ସେହିଭଳି ନିତିନ ଗଡକାରୀଙ୍କ ହାତରୁ ଏମଏସଏମଇ ବିଭାଗ ଯାଇପାରେ। ଗୃହମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଏବଂ ବିଦେଶମନ୍ତ୍ରୀଙ୍କର ବିଭାଗ ଅଦଳ ବଦଳ ହୋଇପାରେ।
ସେହିଭଳି ମୋଦି କେତେକ ମନ୍ତ୍ରୀଙ୍କୁ ବିଦା ମଧ୍ୟ କରିପାରନ୍ତି। ସେଣ୍ଟ୍ରାଲ ସ୍କୁଲ ଆଡ଼ମିଶନ ଅନିୟମିତତା କାରଣରୁ ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟ।ଲ ମନ୍ତ୍ରିମଣ୍ଡଳରୁ ବିଦା ହେବ।
ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିୟମ ବିଭାଗ ଯାଇପାରେ ଏବଂ ତା ବଦଳରେ ତାଙ୍କୁ କୋଇଲା ବା ଖଣି ବିଭାଗ ମିଳିପାରେ। ଓଡିଶାରୁ ଆଉ ଜଣେ ମନ୍ତ୍ରୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏହି ତାଲିକାରେ ସୁରେଶ ପୁଝରୀ, ଜୁଏଲ ଓରାମ ଓ ସଂଗୀତା ସିଂହଦେଓଙ୍କ ନାମ ଆସିପାରେ।