ଦେଶ ବିଦେଶ

ନୂଆ ନିୟମ : ଟ୍ରେନ ଛାଡ଼ିବାର ୨୦ ମିନିଟ ପୂର୍ବରୁ ପ୍ଲାଟଫର୍ମ ଏଣ୍ଟ୍ରି

Published

on

ନୂଆଦିଲ୍ଲୀ ୬/୧ : ବିମାନବନ୍ଦର ଭଳି ଏଣିକି ଟ୍ରେନ ପ୍ଲାଟଫର୍ମରେ ମଧ୍ୟ ପ୍ରବେଶ କଟକଣା ଲାଗୁ ହେବ । ବିମାନବନ୍ଦରଗୁଡ଼ିକରେ ଯେଭଳି ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ହିଁ ଯାତ୍ରୀମାନଙ୍କୁ ଭିତରକୁ ଛଡ଼ା ଯାଇଥାଏ, ସେହିଭଳି ପ୍ଲାଟଫର୍ମରେ ପ୍ରବେଶ ପାଇଁ ମଧ୍ୟ ନୂଆ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଟ୍ରେନ ଛାଡିବାର ୨୦ ମିନିଟ ପୂର୍ବରୁ ହିଁ ଯାତ୍ରୀମାନେ ପ୍ଲାଟଫର୍ମରେ ପ୍ରବେଶ କରିପାରିବେ । କୁମ୍ଭମେଳା ଅବ୍ୟବହିତ ପୂର୍ବରୁ ପ୍ରୟାଗରାଜ ଷ୍ଟେସନ ଓ କର୍ଣ୍ଣାଟକର ହୁବଲି ଷ୍ଟେସନରେ ଏହି ନିୟମ ପରୀକ୍ଷାମୂଳକ ଭାବେ ଲାଗୁ ହୋଇଛି । ଆଉ କିଛିଦିନ ମଧ୍ୟରେ ଦେଶର ୨୦୨ଟି ଷ୍ଟେସନରେ ଏହା କାର୍ଯ୍ୟକାରୀ ହେବ । ନୂତନ ବ୍ୟବସ୍ଥାରେ ଯଦି କୋ÷ଣସି ବିଶେଷ ଅସୁବିଧା ନ ହୁଏ ତେବେ ସବୁ ବଡ଼ବଡ଼ ଷ୍ଟେସନରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ରେଳବାଇ ସୁରକ୍ଷା ମହାନିର୍ଦ୍ଦେଶକ ଅରୁଣ କୁମାର ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version