ରାଜ୍ୟ

ନୂଆ ରୂପରେ କଟକ ରେଳ ଷ୍ଟେସନ

Published

on

ଭୁବନେଶ୍ୱର ୧୮ :  ଦିନରେ ରଙ୍ଗୀନ ଚିତ୍ର ଯାତ୍ରୀଙ୍କ ମନ ଜିଣୁଥିବା ବେଳେ ରାତିରେ ଝିଲମିଲ ଏଲଇଡି ଲାଇଟରେ ଝଲସୁଛି କଟକ ରେଳ ଷ୍ଟେସନ । ଦୀର୍ଘ ଦିନ ପରେ କଟକ ରେଳ ଷ୍ଟେସନର ନବୀକରଣ କରାଯାଉଛି । କେତେକ ପ୍ରକଳ୍ପ ନିର୍ମାଣ ଶେଷ ହୋଇଥିବା ଆଉ କିଛି କାମ ଜାରି ରହିଛି । ନୂଆ ରୂପରେ କଟକ ରେଳ ଷ୍ଟେସନ । ରଙ୍ଗୀନ ହେଉଛି ଷ୍ଟେସନର ସୌନ୍ଦର‌୍ୟ୍ୟ । ବଦଳୁଛି ଚିତ୍ରପଟ୍ଟ । ଦିନରେ ସୁନ୍ଦର ଚିତ୍ର ଆଉ ରାତିରେ ସୁନ୍ଦର ଆଲୋକ । ନୂଆ ରୂପରେ ଝଲସୁଛି ପ୍ଲାଟ ଫର୍ମ । ରାସ୍ତା କଡ କାନ୍ଥରେ ଅଙ୍କା ହୋଇଛି ରଙ୍ଗୀନ ଚିତ୍ର । ଶୋଭା ପାଉଛି ସହର ଏବଂ ସଂସ୍କୃତିର କଳାକୃତି । କଟକ ରେଳ ଷ୍ଟେସନର ନବକଳେବର ହୋଇଛି । ରାସ୍ତା ସଂପ୍ରସାରଣଠୁ ନେଇ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ, ଫୁଟ୍ ଓଭରବ୍ରିଜ, ଆଲୋକୀକରଣ, କାନ୍ଥ ସୌନ୍ଦର‌୍ୟ୍ୟକରଣ, ନେତାଜୀ ଗ୍ୟାଲେରୀ, ଡିଜିଟାଲ ସଂଗ୍ରାହଳୟ, ଏବଂ ସେଲଫି ଜୋନ ପରି ଅନେକ ପ୍ରକଳ୍ପ କରାଯାଇଛି । ୧୦ କୋଟି ଟଙ୍କା ବ୍ୟୟରେ କେତେକ ପ୍ରକଳ୍ପର କାମ ସରିଥିବା ବେଳେ ଆଉ କେତେକର କାମ ଚାଲୁ ରହିଛି । ତେବେ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ କାର‌୍ୟ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version