ଦେଶ ବିଦେଶ

ନୂଆ ସରକାରକୁ ୧୦୦ ଦିନର ଯୋଜନା ହସ୍ତାନ୍ତର କରିବ ନୀତି ଆୟୋଗ

Published

on

ନୂଆଦିଲ୍ଲୀ ୨୨/୫ : ନୂଆ ସରକାର ଗଢ଼ା ହେବା ପରେ ଆୟୋଗ ଆଗାମୀ ୧୦୦ ଦିନ ପାଇଁ ପ୍ରସ୍ତୁତ କରିଥିବା ଯୋଜନାକୁ ହସ୍ତାନ୍ତର କରିବ । ଏହାକୁ ଅନ୍ତିମ ରୂପ ଦେବାକୁ ନୀତି ଆୟୋଗ ଉଦ୍ୟମ ଜାରି ରଖିଛି ।
କୃଷି, ଜଳ, ଖାଦ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟ ସମସ୍ୟା ଓ ଏହାର ସମାଧାନ କିପରି ହେବ ତାହାର ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି । ଏହି ଯୋଜନା ଆଗାମୀ ୧୦୦ ଦିନ ପାଇଁ ତିଆରି କରାଯାଉଛି । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟରେ ଆୟୋଗର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇସାରିଛି । ନୂଆ ପ୍ରଧାନମନ୍ତ୍ରୀ ଆସିବା ପରେ ନୀତି ଆୟୋଗ ପ୍ରସ୍ତୁତ ଯୋଜନାକୁ ହସ୍ତାନ୍ତର କରିବ । ଯେଉଁ ସମସ୍ୟା ଗୁଡ଼ିକ ୧୦୦ ଦିନ ମଧ୍ୟରେ ଆରମ୍ଭ କରି ହେବ କିମ୍ବା ଶେଷ କରି ହେବ ତାହାକୁ ଯୋଜନାରେ ରଖାଯାଇଛି । ଏଥିରେ କୃଷି ଓ ପାନୀୟ ଜଳ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସମସ୍ତ ପରିବାରଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version