ଦେଶ ବିଦେଶ

ନେପାଳରେ ଝଡବର୍ଷା : ୩୧ ମୃତ୍, ୪୦୦ ଆହତ

Published

on

ନେପାଳ ୧/୪ : ଦକ୍ଷିଣ ନେପାଳରରେ ଭୀଷଣ ଝଡ଼ବର୍ଷା ହେବାରୁ ଅନ୍ୟୂନ ୩୧ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୪୦୦ ଜଣ ଆହତ ହୋଇଥିବା କଥା ସୋମବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ରବିବାର ସନ୍ଧ୍ୟା ବେଳେ ବାରା ଓ ପାର୍ସା ଅଞ୍ଚଳର କେତେଗୁଡ଼ିଏ ଗାଁରେ ଝଡ଼ବର୍ଷା ହୋଇଥିବା କଥା ଗୃହମନ୍ତ୍ରଣାଆଳୟର ଅଧିକାରୀମାନେ କହିଛନ୍ତି।
ନେସନାଲ ଏମରଜେନ୍ସି ଅପରେସନ୍ ସେଣ୍ଟର୍ କହିଛି କି, ବିଭିନ୍ନ ଡାକ୍ତରଖାନାରେ ଆହତମାନଙ୍କର ଚିକିତ୍ସା କରାଯାଉଛି। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମୃତବ୍ୟକ୍ତିଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସବୁକୁ ସମ୍ବେଦନା ଜଣାଇଛନ୍ତି। ଉଦ୍ଧାର ଓ ରିଲିଫ୍ କାର‌୍ୟ୍ୟ ଲାଗି ସେନା ଓ ପୁଲିସ ପଠାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version