ଭୁବନେଶ୍ୱର ୪/୧ : ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନରେ ଏକ ଏକ୍ସପ୍ରେସ ଟ୍ରେନ୍ ଚଲାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଲାଇନରେ ନୟାଗଡ଼ ପର୍ଯ୍ୟନ୍ତ ଗରିବ ରଥ ଭଳି ଏକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରାଗଲେ ସେ ଅଂଚଳର ଲୋକମାନେ ବିଶେଷ ଉପକୃତ ହୋଇପାରିବେ । ଏ ଦିଗରେ ସହାନୁଭୂତିର ସହ ପଦକ୍ଷେପ ନେବା ଲାଗି ଶ୍ରୀ ପଟ୍ଟନାୟ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।