ଅପରାଧ

ପଂଚାୟତ କାର‌୍ୟ୍ୟାଳୟ ଉଡାଇଲେ ମାଓବାଦୀ

Published

on

ମାଲକାନଗିରି ୧୮/୫ : ପଂଚାୟତ କାର‌୍ୟ୍ୟାଳୟ ଉଡାଇଲେ ମାଓବାଦୀ । ମାଥିଲି ଥାନା ଟେମୁରପାଲି ପଂଚାୟତ କାର‌୍ୟ୍ୟାଳୟକୁ ମାଓବାଦୀମାନେ ଉଡାଇ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ୩୦ରୁ ଅଧିକ ମାଓବାଦୀ ଏକାଠି ହୋଇ ପଂଚାୟତ କାର‌୍ୟ୍ୟାଳୟକୁ ବିସ୍ଫୋରଣରେ ଉଡାଇ ଦେଇଥିବା ଜଣାପଡିଛି ।
ଛତିଶଗଡ ଦରଭା ଡିଭିଜନର ମାଓବାଦୀମାନେ ଏହି ବିସ୍ଫୋରଣ କରିଥିବା ସୂଚନା ରହିଛି । ମିଥ୍ୟା ଏନ୍କାଉଣ୍ଟର୍ ଓ ଗିରଫଦାରୀ ଭଳି ପୁଲିସର ଆଦିବାସୀ ବିରୋଧୀ କାର‌୍ୟ୍ୟକଳାପକୁ ବିରୋଧ କରି ପଞ୍ଚାୟତ କାର‌୍ୟ୍ୟଳୟକୁ ଧ୍ୱଂସ କରାଯାଇଥିବା କଥା ସେଠାରୁ ମଳିଥିବା ମାଓ ପୋଷ୍ଟର୍ରୁ ଜଣାପଡ଼ିଛି। ପୁଲିସ ଏ ପର‌୍ୟ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହିଁ । ତଲାସ ଅଭିଯାନ ପାଇଁ ବିଏସଏଫ ଯବାନମାନେ ବାହାରି ପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version