ଦେଶ ବିଦେଶ

ପଞ୍ଜବାର ଖେମକରେନ ସେକ୍ଟରରେ ଦୁଇ ଦେଶର ଲଢ଼ୁଆ ବିମାନ ମୁହାଁମୁହିଁ

Published

on

ପଞ୍ଜବା ୨/୪ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଦୁଇ ଦେଶର ଲଢ଼ୁଆ ବିମାନ ପୁଣି ମୁହାଁମୁହିଁ ହୋଇଛନ୍ତି। ତେବେ କିଛି ସମୟ ମଧ୍ୟରେ ପରିସ୍ଥିତି ଶାନ୍ତ ପଡ଼ିଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ପ୍ରତ୍ୟୁଷ ୩ଟା ବେଳେ ଭାରତୀୟ ସୀମା ନିକଟ ପଞ୍ଜବାର ଖେମକରେନ ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖାଯାଇଥିଲା। ଏହାକୁ ମାରି ଖସାଇବା ଲାଗି ଭାରତୀୟ ବାୟୁସେନା ଏହାର ଦୁଇଟି ସୁଖୋଇ ବିମାନକୁ ପଠାଇଥିଲା। ଏହାପଛକୁ ମିରେଜ ବିମାନକୁ ମଧ୍ୟ ପଠାଯାଇଥିଲା।
ଏହି ସମୟରେ ଭାରତୀୟ ସୀମାକୁ ଲାଗି ପାକିସ୍ତାନୀ ଆକାଶ ସୀମାରେ ୪ଟି ଏଫ୍-୧୬ ମାଡ଼ି ଆସିଥିଲା। ତେବେ ଭାରତୀୟ ବାୟୁସେନା ବିମାନକୁ ଦେଖି ଏଫ୍-୧୬ ଫେରିଯାଇଥିଲେ। ଏହାପରେ ଭାରତୀୟ ଯୁଦ୍ଧ ବିମାନ ମଧ୍ୟ ଫେରି ଆସିଥିଲେ। ସୂଚନାଯୋଗ୍ୟ ଯେ ପୁଲୱାମା ଆକ୍ରମଣ ପରେ ଗତ ଦୁଇ ମାସ ମଧ୍ୟରେ ଭାରତୀୟ ସେନା ପାକିସ୍ତାନର ଅନେକ ଡ୍ରୋନକୁ ଗୁଳି କରି ଖସାଇ ଦେଇଛନ୍ତି। ମୁଖ୍ୟତଃ ଏହି ଡ୍ରୋନଗୁଡ଼ିକୁ ରାଜସ୍ଥାନ ଓ ପଞ୍ଜାବ ସୀମା ନିକଟରେ ଖସାଇ ଦିଆଯାଇଛି। ଉଭୟ ଦେଶର ସେନା ପରସ୍ପର ଉପରେ ଗୁଇନ୍ଦାଗିରି କରିବା ଲାଗି ଏଭଳି ଡ୍ରୋନର ବ୍ୟବହାର କରିଥାନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version