ମୋହନା ୧୦/୧୨ : ଖିରାସିଂ ଗ୍ରାମେର ସୋମବାର ସକାଳୁ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଉକ୍ତ ଗ୍ରାମର କିରା ରଣଷଣ୍ଢ ନାମକ ଜଣେ ବ୍ୟକ୍ତି ଆଜି ସକାଳୁ ନିଜ ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାପରେ ଫେରାର ହୋଇଯାଇଥିଲା । ପୋଲିସ ପରେ ତାକୁ ଗିରଫ କରି ପଚରାଉଚରା କରୁଛି । ପତି-ପତ୍ନୀଙ୍କ ମଧ୍ୟରେ କିଛିଦିନ ହେଲା କଳହ ଲାଗି ରହିଥିଲା । ତେବେ ଗତକାଲି ରାତିରୁ ଏହି କଳହ ତୀବ୍ରତର ହେବାରୁ ରାଗରେ କିରା ଏଭଳି ହତ୍ୟାକାଣ୍ଡ ଘଟଣାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।