ବାସୁଦେବପୁର ୩୧/୧୨ : ବାସୁଦେବପୁର ଅଂଚଳର ବିଛୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ତାଙ୍କ ଘର ଭିତରୁ ସୋମବାର ସକାଳୁ ମୃତ ଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡ ଓ ଶରୀରକୁ ପଥରରେ ଛେଚି ଦୁର୍ବୃତ୍ତମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗଣେଶ ଶତପଥୀ ନାମକ ଏହି ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ବାହାରପଟୁ ତାଙ୍କ ଘର ବନ୍ଦ କରି ଅପରାଧୀମାନେ ଫେରାର ହୋଇଯାଇଛନ୍ତି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।