ରାଜନୀତି

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

Published

on

ବିଜେପୁର ୨୫/୩ : ବିଜେପୁର ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କଲେ ପଟ୍ଟନାୟକ । ନାମାଙ୍କନ ପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଚଳିତ ଥର ବିଜେଡି ସୁପ୍ରିମୋ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ୁଛନ୍ତି । ନବୀନଙ୍କ ଗଡ଼ କୁହାଯାଉଥିବା ହିଞ୍ଜିଳି ସହ ବିଜେପୁରରୁ ନିର୍ବାଚନ ଲଢ଼ିବା ପାଇଁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ନିର୍ବାଚନ ଖୁବ ରୋମାଂଚକର ହେବ ବୋଲି ମନେ ହେଉଛି ।
ଗତ ୨୦ ତାରିଖରେ ହିଞ୍ଜିଳିରୁ ନାମାଙ୍କନପତ୍ର ଦାଖଲ କରିଥିଲେ ନବୀନ ପଟ୍ଟନାୟକ । ଆଉ ଆଜି ବିଜେପୁର ନିର୍ବାଚନ ମଣ୍ଡଳି ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ । ଉଭୟ ହିଞ୍ଜିଳି ଏବଂ ବିଜେପୁର ନିର୍ବଚନ ମଣ୍ଡଳୀରେ ଦ୍ୱିତୀୟ ପର‌୍ୟ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଏହି ଦୁଇଟି ଆସନରେ ଏପ୍ରିଲ ୧୮ ତାରିଖରେ ହେବ ମତଦାନ ।

Leave a Reply

Your email address will not be published. Required fields are marked *

Trending

Exit mobile version