ଅପରାଧ

ପରକୀୟା ପ୍ରିତୀ ସନ୍ଦେହ : ସ୍ତ୍ରୀ ଓ ଶାଶୁକୁ ହତ୍ୟା କଲା ସ୍ୱାମୀ

Published

on

ବାରିପଦା ୧୭/୬ : ଖୁଣ୍ଟାପାଳ ଗାଁରେ ପରକୀୟା ପ୍ରିତୀ ସନ୍ଦେହରେ ସ୍ତ୍ରୀ ଓ ଶାଶୂକୁ ହତ୍ୟା କରିଛି ସ୍ୱାମୀ । । ଅନ୍ୟ ବ୍ୟକ୍ତି ସହ ସ୍ତ୍ରୀର ଅନୈତିକ ସଂପର୍କ ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ ଘଟାଇଛି ଅଭିଯୁକ୍ତ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ । ମିଳିଥିବା ସୂଚନା ଅନୁସାରେ ରଜ ପୂର୍ବରୁ ସ୍ତ୍ରୀ ଓ ଶାଶୂକୁ ହତ୍ୟା କରିବ କହି ପୂର୍ଣ୍ଣଚନ୍ଦ୍ର ଏକ କୁରାଢି ଧରି ଗାଁରେ ବୁଲୁଥିଲା । ତା ସ୍ତ୍ରୀ ଓ ଶାଶୂ ଗାଁର ଅନ୍ୟଘରେ ଲୁଚିକ ରହିଥିଲେ । ଏନେଇ ରବିବାର ମୋରଡା ଥାନାରେ ପୂର୍ଣ୍ଣଚନ୍ଦ୍ରଙ୍କ ଶାଶୂ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ପୁଲିସ ଅଭିଯୋଗକୁ ଗୁରୁତ୍ୱ ଦେଇନଥିବାରୁ ଡବଲ ମର୍ଡର ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମୋରଡା ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିବା ସମୟରେ ଗାଁରେ ଉତେଜନା ଦେଖାଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version