ଆସିକା ୨୩/୧ : ଆସିକାର ମୁଣ୍ଡମରାଇ ଗ୍ରାମରୁ ଆଜି ଜଣେ ବ୍ୟାଙ୍କ କ୍ୟାସିୟରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ପାଟିରୁ ରକ୍ତ ବାହାରିପଡ଼ିଛି । ଏହି ବ୍ୟକ୍ତି ଜଣକ ହେଲେ ଆସିକାସ୍ଥିତ ଆନ୍ଧ୍ର ବ୍ୟାଙ୍କର ବିନାୟକ ବେହେରା । ତାଙ୍କ ଘର ମୁଣ୍ଡମରାଇରେ । ତେବେ ସେ କେତେକ ସମୟରେ ଆସିକା ଭଡ଼ା ଘରେ ମଧ୍ୟ ରହିଥାନ୍ତି । ପରକୀୟା ପ୍ରୀତି ଘଟଣାକୁ ନେଇ ତାଙ୍କୁ ପିଟି ପିଟି କିଛି ଲୋକ ମାରିଦେଇଥିବା କୁହାଯାଉଛି । ପୋଲିସ ଶବ ଜବତ କରି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛି ।