ଅପରାଧ

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ହତ୍ୟା

Published

on

ମୟୂରଭଞ୍ଜ ୨୫/୫ : ମାଧବପୁରରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ଆସିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି ।
ମୟୂରଭଞ୍ଜ ଜିଲ୍ଲା ବାରିପଦାର ମାଧବପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରରେ ପରକୀୟା ପ୍ରୀତିକୁ ନେଇ ବଚସାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ସ୍ତ୍ରୀ ରାଣୀ ସୋରେନକୁ ପିଟି ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ସ୍ୱାମୀ ଛେଲା ସୋରେନକୁ ସଦର ଥାନା ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ରାଣୀ ସୋରେନଙ୍କ ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ବା ପରକୀୟା ପ୍ରୀତି ଥିବା ସନ୍ଦେହ କରି ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version