ଅନୁଗୁଳ ୨୩/୨ : ନିଜ ଝିଅ ଘରକୁ ବୁଲିଯାଇଥିବା ସମୟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ଵାମୀ। ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ମୃତ ମହିଳା ଭଗବତୀ ବେହେରା ଓ ଅଭିଯୁକ୍ତ ସ୍ୱାମୀ ଖମାର ଥାନା ବାରକୁଟିଆ ଗାଁର ବାସିନ୍ଦା।
ସୂଚନା ମୁତାବକ ନବବିବାହିତା ଝିଅର ଶାଶୁଘର ଦେବଗଡ଼ ଜିଲ୍ଲାର ରିଆମାଳକୁ ବୁଲି ଆସିଥିଲେ ବାପା ଓ ମାତ୍ର କୌଣସି କାରଣ ନେଇ ଝିଅର ଶାଶୁଘରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହା ପରେ ସ୍ୱାମୀଟି ରାଗି ଯାଇ ସ୍ତ୍ରୀକୁ ଧାରୁଆ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଭଗବତୀ ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି ସ୍ଥାନୀୟ ପୋଲିସ । ପରକୀୟା ପ୍ରୀତି ସନ୍ଦେହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।