ପୁରୀ ୨୭/୧ : ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ରାମଚନ୍ଦ୍ର ପ୍ରତିହାରୀ ଆଉ ନାହାନ୍ତି । ଆଜି ଅପରାହ୍ନରେ ପୁରୀସ୍ଥିତ ବାସଭବନରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଛିମାସ ଧରି ଅସୁସ୍ଥ ଥିଲେ । ପୁରୀ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଂଚରୁ ଅଭିନୟ ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ର ପ୍ରତିହାତୀ ପରବର୍ତ୍ତୀ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜପାଇଁ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଥିଲେ । ତାଙ୍କ ଅଭିନୀତ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ବେଶ୍ ଲୋକପ୍ରିୟ ଥିଲା ଏବଂ ତାହା ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇଥିଲା । ୨୦୦୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେ ମର୍ଯ୍ୟାଦାଜନକ ଜୟଦେବ ପୁରଷ୍କାରରେ ସମ୍ମାନୀତ ହୋଇଥିଲେ ।