ନୂଆଦିଲ୍ଲୀ ୨୯/୧ : ବିଶିଷ୍ଟ ସମାଜବାଦୀ ନେତା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡେସ ଆଉ ନାହାନ୍ତି । ଆଜି ଦିଲ୍ଲୀସ୍ଥିତ ବାସଭବନରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଛି ବର୍ଷ ଧରି ଅସୁସ୍ଥ ଥିଲେ ଓ କିଛିଦିନ ତଳେ ସ୍ୱାଇନଫ୍ଲ୍ୟୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ ବହୁଦନ ହେଲା ରାଜନୀତିରୁ ଏକପ୍ରକାର ସନ୍ୟାସ ନେଇସାରିଥିଲେ । ସେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ସେ ସମାଜବାଦୀ ଆନ୍ଦୋଳନର ଜଣେ ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଥିଲେ । ସେ ମଧ୍ୟ ସମତା ପାର୍ଟିର ସଂସ୍ଥାପକ ଥିଲେ । ଏଥି ପୂର୍ବରୁ ସେ ଜନତା ଦଳର ଜଣେ ଆଗଧାଡ଼ିର ନେତା ରୂପେ ବେଶ ଲୋକପ୍ରିୟ ଥିଲେ । ବାଜପେୟୀଙ୍କ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ସହ ଶିଳ୍ପ, ରେଳବାଇ, ଯୋଗାଯୋଗ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।