ରାଜ୍ୟ

ପରେଡ ବେଳେ ଏକେ ୪୭ ଧରି ବୁଲିଲେ ଯୁବତୀ

Published

on

ଭୁବନେଶ୍ୱର ୨୬/୧ : ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପରେଡ ଉତ୍ସବ ଅନୁଷ୍ଠିତ ହେଉଥିବାବ ବେଳେ ଜଣେ ଯୁବତୀ ଏକେ ୪୭ ଧରି ବୁଲିବା ଘଟଣା ସମସ୍ତଙ୍କୁ ହତଚକିତ କରିଥିଲା । କିଛି ସମୟ ପରେ ଜଣେ କନଷ୍ଟେବଳ ଆସି ତାଙ୍କଠାରୁ ଏକେ-୪୭ ରାଇଫଲଟି ନେଇ ଏକ କାଗଜ ବଢ଼ାଇଥିଲେ । ଏହାକୁ ନେଇ କେବଳ ଜନସାଧାରଣଙ୍କ ମଧ୍ୟରେ ନୁହେଁ ପୋଲିସ ମହଲରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି । ଜଣାପଡ଼ିଛି ଯେ, କନଷ୍ଟେବଳ ଜଣକ ତାଙ୍କ ଏକେ-୪୭ଟିକୁ ଯୁବତୀଙ୍କୁ ଧରିବା ପାଇଁ ଦେଇଥିଲେ । କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ତାଙ୍କୁ ନିଜ ଅସ୍ତ୍ର ହସ୍ତାନ୍ତର କରିଥିଲେ ସେ ବିଷୟରେ ବିଭାଗୀୟ ତଦନ୍ତ ହେବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version