ନୂଆଦିଲ୍ଲୀ: ପର୍ଲ୍ୟାମେଣ୍ଟର ଏଷ୍ଟିମେଟ କମିଟିକୁ ବିଜେଡ଼ି ପୁରୀ ଲୋକସଭା ସଦସ୍ୟ ପୀନାକୀ ମିଶ୍ର ନିର୍ଦ୍ବନ୍ଦରେ ନିର୍ବାଚିତ ହେଇଚନ୍ତି ।
ପର୍ଲ୍ୟାମେଣ୍ଟର 30 ସଦସ୍ୟ ବିଶିଷ୍ଟ ଏଷ୍ଟିମେଟ କମିଟିକୁ 28ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ଦୁଇଟି ସଦସ୍ୟ ପଦ ଖାଲି ପଡିଥିଲା । ଏହି ଦୁଇ ପଦ ପାଇଁ ନିର୍ବାଚନ ହୋଇଥାନ୍ତା । ତେବେ କରୋନା ମହାମାରୀ ଯୋଗୁଁ କେହି ମନୋନୟନ ପତ୍ର ଦାଖଲ କଲେ ନାହିଁ। ନିର୍ଦ୍ଧାରିତ ସମୟ ସୁଦ୍ଧା ଲୋକସଭା ସେକ୍ରେଟାରୀଏଟ କୁ ମାତ୍ର ଦୁଇଟି ମନୋନୟନ ପତ୍ର ମିଳିଥିଲା ।
ପୀନାକୀ ମିଶ୍ରଙ୍କ ବ୍ୟତୀତ କେବଳ ସାଂସଦ ଅଜୟ ଭଟ ମନୋନୟନ ପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବାରେ ସକ୍ଷମ ହୋଇଥିଲେ । ଯେହେତୁ ଦୁଇଟି ସଭ୍ୟପଦ ପାଇଁ ଦୁଇଟି ହିଁ ମନୋନୟନ ପତ୍ର ମିଳିଛି ଏଣୁ ନିର୍ବାଚନ ହେବାର ଆବଶ୍ୟକତା ଆଉ ନାହିଁ ।
ପର୍ଲ୍ୟାମେଣ୍ଟ ସେକ୍ରେଟାରୀଏଟ କେବଳ ଔପଚାରିକ ଭାବେ ପୀନାକୀ ମିଶ୍ର ଓ ଅଜୟ ଭଟଙ୍କ ଘୋଷଣା କରିବାର ଅଛି।
ପର୍ଲ୍ୟାମେଣ୍ଟ ଏଷ୍ଟିମେଟ କମିଟିର ସମୟ ଅବଧି ଏକ ବର୍ଷ ଏବଂ ଏହା ମେ 1 ତରଖରୁ କାର୍ଯ୍ୟ ଆରମ୍ଭ କରିବା ।