ରାଜ୍ୟ

ପଶ୍ଚିମଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ : ସାଧାରଣ ଜୀବନଯାତ୍ରା ବ୍ୟାହତ

Published

on

ସମ୍ବଲପୁର ୨୮/୪ : ତାତିରେ ତତଲା କଢେଇ ବନିଛି ଆଭ୍ୟନ୍ତରୀଣ ଓଡିଶା । ଆହୁରୀ ୩ ଦିନ ଯାଏଁ ତାତିର ରାଜୁତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୂର୍ବ, ପଶ୍ଚିମ ଓ ଉତର ଓଡିଶାରେ ମେ ୨ ତାରିଖ ଯାଏଁ ତାତିର ପ୍ରବଳ ପ୍ରକୋପ ଅନୁଭୁତ ହେବ ।
ତେବେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ପୂର୍ବାନୁମାନ କରାଯାଉଛି । ପଶ୍ଚିମ ଓଡିଶାର ଟାଇଁ ଟାଇଁ ଖରା ସହ ଝାଂଜି ପବନ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଟିଟିଲାଗଡ, ବଲାଙ୍ଗିର, ସମ୍ବଲପୁର, ତାଲଚେର, ସୋନପୁର ଓ ଝାରସୁଗୁଡାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ଅତ୍ୟଧିକ ଆଦ୍ର‌୍ୟତା ଯୋଗୁଁ ସ୍ଥିତି ଅସହ୍ୟ ହୋଇ ପଡିଛି ।
ଜୟପୁର ସହରରେ ବି ଖରାରେ ଡହଳ ବିକଳ ହୋଇଛନ୍ତି ଜନତା । ସେପଟେ ଆସନ୍ତା ୩ଦିନ ଧରି ଏହିପରି ଗ୍ରୀଷ୍ମ ପ୍ରବାହ ଲାଗି ରହିବ ।

Leave a Reply

Your email address will not be published. Required fields are marked *

Trending

Exit mobile version