ପଶ୍ଚିମବଙ୍ଗ ୨୭/୩ : ପଶ୍ଚିମବଙ୍ଗରେ ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଛି । ମୃତ ବିଏସଏଫ ଯବାନ ସାଗର ଗୈାଡ଼ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗରେ ଜଣେ ଓଡ଼ିଆ ବିଏସଏଫ ଯବାନଙ୍କ ମୃତ୍ୟୁ ଘଟିଛି । ମୃତ ଯବାନଙ୍କ ନାମ ସାଗର ଗୈାଡ଼ । ସେ ପତିରାମ ଅଞ୍ଚଳରେ ଡ଼୍ୟୁଟି କରୁଥିବା ବେଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଡ଼୍ୟୁଟି ସମୟରେ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ବିଏସଏଫ ଯବାନ ସାଗର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ଘର ମୋହନା ବ୍ଲକ ଝିଲିକ ଗାଁରେ ବୋଲି ଜଣାପଡ଼ିଛି ।