ରାଜନୀତି

ପଶ୍ଚିମ ଓଡ଼ିଶାରେ ବିଜେପି କରିବ କ୍ଲିନ୍ ସ୍ୱିପ୍ : ସୁରେଶ ପୁଜାରୀ

Published

on

ଭୁବନେଶ୍ୱର ୨୦/୧ : ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି କ୍ଲିନ ସ୍ୱିପ କରିବ ବୋଲି ପ୍ରକାଶ କରିଛନ୍ତି ଏହାର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୁଜାରୀ । ସେ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାରେ ମୋଟ ୪୦ଟି ଆସନ ରହିଛି । ସେଥିରୁ ପ୍ରାୟ ସବୁତକ ଆସନରେ ବିଜେପି ବିଜୟ ଲାଭ କରିବ । ହୁଏତ ଗୋଟିଏ ଦୁଇଟି ଆସନ କମିପାରେ । ଆଗାମୀ ନିର୍ବାଚନରେ ପଂଚାୟତ ନିର୍ବାଚନର ପୁନରାବୃତ୍ତି ଘଟିବ । ଏହି ନିର୍ବାଚନରେ ବିଜେପି ବନାମ ବିଜେଡ଼ି-କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ପୁଜାରୀଙ୍କ ଏଭଳି ଦାବିକୁ ହସରେ ଉଡାଇ ଦେଇଛି ବିଜେଡ଼ି । ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ବିଜେପି ନେତାମାନେ କୁହନ୍ତି ଯେତେ, ନୁହଁନ୍ତି ସେତେ । ଏହା ଏକ ଦିବାସ୍ୱପ୍ନ । ପଂଚାୟତ ନିର୍ବାଚନ ପରେ ବିଜେପୁର ଉପ-ନିର୍ବାଚନରେ ବିଜେପି କି ଦଶା ଭୋଗିଥିଲା ତାହା ସମସ୍ତେ ଜାଣନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version