ରାଜ୍ୟ

ପଶ୍ଚିମ ଓଡ଼ିଶା ମହାବନ୍ଦକୁ ପ୍ରତ୍ୟାଖ୍ୟାନ, ୩ରେ ବଲାଙ୍ଗୀର ବନ୍ଦ

Published

on

ଦେଓଗାଁ : ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଆସନ୍ତା ଡିସେମ୍ବର ୩ ତାରିଖରେ ବଲାଙ୍ଗୀର ବନ୍ଦ ପାଇଁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଡାକରା ଦେଇଛି। ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆସନ୍ତା ୨୯ ଓ ୩୦ ତାରିଖରେ ଡାକରା ଦେଇଥିବା ମହାବନ୍ଦକୁ ବଲାଙ୍ଗୀର ଜିଲ୍ଲା ଓକିଲ ସ˚ଘ ପ୍ରତ୍ୟାଖ୍ୟାନ କରିଛି। ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସ˚ଘର ସଭାପତି ଅଶୋକ ମହାନ୍ତିଙ୍କ ଅଧୢକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩ ମାସ ଧରି ଜାରି ରଖିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଆହୁରି ବ୍ୟାପକ ଭାବେ ତୀବ୍ର କରାଯିବାକୁ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଯେ କୌଣସି ପରିସ୍ଥିତିରେ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କୁହାଯାଇଛି। ଆଗାମୀ ଦିନରେ ବିଜେଡି, ବିଜେପି ଓ କ˚ଗ୍ରେସ ଦଳର ପ୍ରମୁଖ ନେତାଙ୍କୁ ଗୋଟିଏ ମଞ୍ଚରେ ଛିଡ଼ା କରାଯାଇ ଦାବି ସର୍ମ୍ପକରେ ସ୍ପଷ୍ଟ ମତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ୩ ତାରିଖରେ ଦେଇଥିବା ବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା। ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଡିସେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ କୋର୍ଟ କଚେରୀ ଅଚଳ କରିଦିଆ ଯିବା ସହ ଅନଶନ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version