Nation

ପଶ୍ଚିମ ବଙ୍ଗ, କେରଳ ଓ ଜାମ୍ମୁ କାଶ୍ମୀର ର ବଜେପି କର୍ମୀଙ୍କ ପାଇଁ ନଡ୍ଡାଙ୍କ ଉଦବେଗ

Published

on

ନୂଆଦିଲ୍ଲୀ: ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପଦାସୀନ ହେବାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ନଡ୍ଡା ଦଳୀୟ କର୍ମୀମନଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି।

ଚିଠିରେ ନଡ୍ଡା ଦଳୀୟ କର୍ମୀମାନେ ପଶ୍ଚିମବଙ୍ଗ, କେରଳ ଓ ଜାମ୍ମୁ କାଶ୍ମୀରରେ କିଭଳି ଚରମ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ତାହା ଉଲ୍ଲେଖ କରି ଉଦବେଗ ପ୍ରକାଶ କରିଛନ୍ତି।

ଚଠିରେ ଦେଶର ସମସ୍ତ ବିଜେପି କର୍ମୀମାନଙ୍କୁ ସବାସୀ ଦେବାକୁ ନଡ୍ଡା ଭୁଲି ନାହାନ୍ତି। ମହାମାରୀ ସମୟରେ କର୍ମୀମାନେ ନିଃସ୍ୱାର୍ଥପର ଭାବେ ଜନ ସେବାରେ ଲାଗିଥିଲେ। ନାଗରିକ ସଂଶୋଧନ ଆଇନ ଏବଂ କୃଷି ଆଇନ ବିରୁଦ୍ଧରେ ବିରୋଧୀଙ୍କ ପକ୍ଷରୁ ହେଉଥିବେ ମିଥ୍ୟା ପ୍ରଚରକୁ ପ୍ରତିହତ କରିବାରେ କର୍ମୀମାନଙ୍କ ଅବଦାନକୁ ମନେ ପକାଇଛନ୍ତି।

ଏହି ଅବସରରେ ସେ ତାଙ୍କର ନେତୃତ୍ୱରେ ଦଳ କିଭଳି ନିର୍ବାଚନ ଜିତିଛି ତାହାର ଅବତାରଣ କରିଛନ୍ତି। ନଡ୍ଡା ବିଜେପିର ଜାତୀୟ ସଭାପତି ଦେବାପରେ ଦଳକୁ ଅନେକ ନିର୍ବାଚନୀ ସଫଳତା ମିଳିଛି। ବିହାର ନିର୍ବାଚନରେ ଦଳକୁ ଆଶାତୀତ ସଫଳତା ମିଳିବା ସଙ୍ଗେ ସଙ୍ଗେ ରାଜ୍ୟ ସରକାରରେ ଦଳର କର୍ତ୍ତୃତ୍ୱ ବଢିଛି। ମଧ୍ୟପ୍ରଦେଶରେ ସରକାର ଗଠନ କରିବାରେ ଦଳ ସକ୍ଷମ ହେବା ସଙ୍ଗେ ସଙ୍ଗେ ଉପ ନିର୍ବାଚନ ଜିଣି ଦଳର ଏବଂ ସରକାରର ସ୍ଥିତି ସୁଦୃଢ଼ ହୋଇ ପାରିଛି।

ତେବେ ନଡ୍ଡାଙ୍କ ପାଇଁ ଆଗକୁ ଆହୁରି କଠିନର ଦିନ ଆସୁଛି। ପଶ୍ଚିମବଙ୍ଗ ନିର୍ବାଚନ ନଡ୍ଡାଙ୍କ ପାଇଁ ଅଗ୍ନି ପରୀକ୍ଷା ଭଳି ହେବ। ଆସାମ ନିର୍ବାଚନର ଫଳାଫଳ ଉପରେ ତାଙ୍କର ନେତୃତ୍ୱ ପାଇଁ ଏକ ଆହ୍ବାନ ହେବ । ତାମିଲନାଡୁ ଏବଂ କେରଳ ନିର୍ବାଚନ ତାଙ୍କର ପରାକାଷ୍ଠର ପରୀକ୍ଷା ହେବ।

Leave a Reply

Your email address will not be published. Required fields are marked *

Trending

Exit mobile version