ରାଜ୍ୟ

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଦାବି

Published

on

ଭୁବନେଶ୍ୱର ୨୪/୧୨ : ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ସୋମବାର ଭୁବନେଶ୍ୱର ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ଲୋକାର୍ପଣ ଉତ୍ସବରେ ଉଦ୍ବୋଧନ ଦେବାବେଳେ ଶ୍ରୀ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି । ସେ କହିଛନ୍ତି ଯେ, ବକ୍ସି ଜଗବନ୍ଧୁ ହେଉଛନ୍ତି ଓଡ଼ିଶାର ଜଣେ ମହାନ ସନ୍ତାନ । ବ୍ରିଟିଶ୍ ବାହିନୀ ବିରୋଧରେ ପାଇକମାନଙ୍କୁ ଏକତ୍ର କରି ସେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହାର ତୁଳନା ନାହିଁ । ତାଙ୍କ ସଂଗ୍ରାମ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଥିଲା । କେନ୍ଦ୍ର ସରକାର ଯଦି ଏହି ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବେ, ତେବେ ତାହା ହିଁ ବକ୍ସି ଜଗବନ୍ଧୁଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆଇଆଇଟି ପୂର୍ଣ୍ଣାଙ୍ଗ କ୍ୟାମ୍ପସର ଲୋକାପ୍ରଣ କରିବା ଅବସରରେ ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଦୋହରାଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version