ଦେଶ ବିଦେଶ

ପାକିସ୍ତାନକୁ ମୁହଁତୋଡ଼ ଜବାବ : ଯୁଦ୍ଧ ବିମାନକୁ ମାରି ଖସାଇଲା ଭାରତୀୟ ବାୟୁସେନା

Published

on

ନୂଆଦିଲ୍ଲୀ ୨୭/୨ : ଆଜି ସକାଳେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ନୌସେନା ସେକ୍ଟରରେ ପଶି ଆସିଥିଲା। ପାକିସ୍ତାନର ଜେଟ୍ ଭାରତୀୟ ବାୟୁସେନା ସୀମା ଉଲ୍ଲଙ୍ଘନ କରି ଜାମ୍ମୁ ଓ କାଶ୍ମୀରର ରାଜୌରୀ ଜିଲ୍ଲାର ନୌସେରାରେ ପ୍ରବେଶ କରିଥିଲା। କୁହାଯାଉଛି ଯେ ଦୁଇଟି ବୋମା ମଧ୍ୟ ପକାଇଥିଲେ ପାକିସ୍ତାନୀ ବିମାନ। ଏହା ପରେ ଭାରତୀୟ ବାୟୁସେନା ମୁହଁତୋଡ଼ ଜବାବ ଦେଇ ଏଫ-୧୬କୁ ମାରି ତଳେ ଖସାଇ ଦେଇଛି। ତାଜା ମାହୋଲ ପରେ କାଶ୍ମୀରର ପୂରା ଏୟାରଫିଲ୍ଡକୁ ସିଲ୍ କରି ଦିଆଯାଇଛି।
ଭାରତର ଏୟାର ଷ୍ଟ୍ରାଇକ ପରେ ଆଜି ସକାଳେ ପାକିସ୍ତାନର ଦୁଇଟି ଲଢୁଆ ବିମାନ ଜାମ୍ମୁ ଓ କାଶ୍ମୀରର ପୁଞ୍ଛ ଓ ନୌସେରା ସେକ୍ଟରରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ଏବଂ ପଳାୟନ କରିବା ସମୟରେ ଦୁଇଟି ବୋମା ନିକ୍ଷେପ କରିଥିଲେ। ମାତ୍ର ଭାରତୀୟ ବାୟୁସେନା ପାକିସ୍ତାନୀ ବାୟୁସେନାର ଏଫ-୧୬ ବିମାନକୁ ମାରି ତଳେ ପକାଇ ଦେଇଛନ୍ତି। ଏହି ବିମାନ ପାକ୍ ସୀମାରେ ୩ ଲାମ ଭ୍ୟାଲିରେ ଯାଇ ଖସି ପଡ଼ିଛି।

Leave a Reply

Your email address will not be published. Required fields are marked *

Trending

Exit mobile version