ଦେଶ ବିଦେଶ

ପାକିସ୍ତାନରରେ ବିସ୍ଫୋରଣ : ୧୬ ମୃତ

Published

on

ପାକିସ୍ତାନ ୧୨/୪ : ପାକିସ୍ତାନର କ୍ୱେଟ୍ଟା ସହରରେ ଆଜି ବଡ଼ ଧରଣରର ବୋମା ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ପାଖାପାଖି ୧୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ସହ ଅନେକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ନିରାପତ୍ତା ବଳ ଆଶଙ୍କା କରୁଛନ୍ତି । ବିସ୍ଫୋରଣ କାରଣରୁ ଆଖପାଖରେ ଥିବା କୋଠାଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସମ୍ପୃକ୍ତ ସ୍ଥାନରେ ଉଦ୍ଧାର କାର‌୍ୟ୍ୟ ଚାଲିଛି । ସୂଚନା ଅନୁସାରେ ପରିବା ବଜାରରେ ଏହି ବିସ୍ଫୋରଣ ଘଟିଛି । ଭିଡ଼ ଅଧିକ ଥିବାରୁ କ୍ଷତି ମଧ୍ୟ ଅଧିକ ହୋଇଛି । ବିସ୍ଫୋରଣରେ ମରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟୂନ ସାତ ଜଣ ହାଜରା ସମ୍ପ୍ରଦାୟର। ଏହି ବିସ୍ଫୋରଣ ହାଜରା ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଟାର୍ଗେଟ କରି ହିଁ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version