ଦେଶ ବିଦେଶ

ପାକିସ୍ତାନରେ ପୁଣି ହିନ୍ଦୁ ନାବାଳିକାକୁ ଅପହରଣ

Published

on

କରାଚୀ ୨୭/୩ : ୨ ଜଣ ନାବାଳିକାଙ୍କୁ ଅପହରଣ କରାଯାଇ ଧର୍ମ ପରିବର୍ତ୍ତନ ଖବର ମନରୁ ଲିଭି ନଥିବା ବେଳେ ପୁଣି ଥରେ ସମାନ ଘଟଣା ଘଟିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ପାକିସ୍ତାନର ସିନ୍ଧୁ ରାଜ୍ୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସିନ୍ଧୁ ସୂଚନା ବିଭାଗ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ହରିରାମ କିଶୋରୀ ଲାଲ ୧୬ ବର୍ଷୀୟ ହିନ୍ଦୁ ନାବାଳିକାଙ୍କୁ ଅପହରଣ ସଂପର୍କରେ ସୋସିଆଲ ମିଡିଆରେ ଚାଲିଥିବା ଖବରରୁ ଅବଗତ ହୋଇଛନ୍ତି।
କୁହାଯାଉଛି ଯେ, ମେଧଓ୍ଵାର ସଂପ୍ରଦାୟର ଏହି ନାବାଳିକା ବାଦିନ ଜିଲ୍ଲାର ତାଦୋ ବାଘୋ ନିବାସୀ ଅଟେ। ପୀଡ଼ିତାଙ୍କ ପିତା ସଦିଗ୍ଧଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବରିଷ୍ଠ ପୋଲିସ ଅଧୀକ୍ଷକ (ଏସଏସପି) ସର୍ଦ୍ଦାର ହାସନ ନିୟାଜୀଙ୍କୁ ପୀଡ଼ିତାଙ୍କ ପିତା ଝିଅକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି।
ମାତ୍ର ଏହା ଜଣା ନାହିଁ ଯେ, ନାବାଳିକାଙ୍କୁ କେବେ ଅପହରଣ କରାଯାଇଛି। କିଶୋରୀ ଲାଲ ଅଧିକାରୀଙ୍କୁ ଅପହରଣ ସଂପର୍କରେ ପ୍ରାଥମିକ ମାମଲା ରୁଜୁ କରିବା ତଥା ନାବାଳିକାର ପରିବାରକୁ ସୁରକ୍ଷା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ସିନ୍ଧରେ ବାଲ୍ୟ ବିବାହ ନିଷେଧ ଆନଇ ବଳରେ ନାବାଳିକା ବିବାହକୁ ନିଷେଧ କରିଛନ୍ତି। ସେ କହିଛନ୍ତି, ସିନ୍ଧ ସରକାର ସିନ୍ଧ ସଂଖାଲଘୁ ସଂରକ୍ଷଣ ଆୟୋଗ ଗଠନ କରିବାକୁ ଯାଉଛି ଏବଂ ଏହାକୁ ମୁଖ୍ୟମନ୍ତ୍ରୀ ୨ ଦିନ ତଳେ ମଂଜୁରୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version