ଦେଶ ବିଦେଶ

ପାକିସ୍ତାନରେ ୧୩ ବର୍ଷୀୟ ହିନ୍ଦୁ ନାବାଳିକାକୁ ଦୁଷ୍କର୍ମ

Published

on

ଇସଲାମାବାଦ ୯/୬ : ଜଣେ ହିନ୍ଦୁ ନାବାଳିକାକୁ ଜବରଦସ୍ତି ମଦ ପିଆଇ ତା’ ସହିତ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଡନ୍‌ ଖବରକାଗଜରେ ପ୍ରକାଶ ପାଇଛି ।
ପାକିସ୍ତାନ ସିନ୍ଧ ଅଂଚଳରେ ଏକ ୧୩ ବର୍ଷୀୟ ହିନ୍ଦୁ ନାବାଳିକା ସହିତ ଅମାନୁଷିକ ଘଟଣା ଘଟିଛି । ବାରଦାତ ଅଂଚଳରେ ଏକ ନାବାଳିକା ଘରର ଜିନିଷ କିଣିବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ତାକୁ ପାଖକୁ ଡାକିଥିଲେ । ଝିଅଟି କିଛି ବୁଝି ନ ପାରି ତାଙ୍କ ପାଖକୁ ଚାଲିଯାଇଥିଲା । ଏହା ପରେ ଦୁଇ ଦୁର୍ବୃତ୍ତ ତାକୁ ଜୋର ଜବରଦସ୍ତ ମଦ ପିଆଇ ଦୁଷ୍କର୍ମ କରିଥିଲେ । ଝିଅ ଘରକୁ ନ ଫେରିବାରରୁ ବାପା ଓ ଭାଇ ଖୋଜାଖୋଜି କରି ନିକଟସ୍ଥ ଏକ ଚିନି ମିଲ୍‌ ନିକଟରେ ତାକୁ ଅଚେତ ଅବସ୍ଥାରେ ପାଇଥିଲେ । ଏହା ପରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ନାବାଳିକାକୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରିଛି । ନାବାଳିକା ସହିତ ଦୁଷ୍କର୍ମ କରାଯାଇଥିବା ନେଇ ଡାକ୍ତର ପୁଷ୍ଟି କରିଛନ୍ତି । ସେପଟେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version