ଦେଶ ବିଦେଶ

ପାକିସ୍ତାନର ନୌସେନା ଉପରେ ନଜର ରଖିବ ଭାରତ

Published

on

ନୂଆଦିଲ୍ଲୀ : ଭାରତ କିଛି ଯୁଦ୍ଧ ଜାହାଜକୁ ସମୁଦ୍ର ସୀମାରେ ଆଗୁଆ ମୁତୟନ କରିଛି । କାରଣ ଉତ୍ତର ଆରବ ସାଗରରେ ପାକିସ୍ତାର ନୈସେନା ଯୁଦ୍ଧ ଅଭ୍ୟାସ କରୁଛି । ପାକିସ୍ତାନର ଯୁଦ୍ଧାଭ୍ୟାସ ପାଇଁ ଭାରତ ପୂର୍ବରୁ ପ୍ରସ୍ତୁତ ରହିଛି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଯୁଦ୍ଧ କ୍ଷମତା ପରିକ୍ଷା କରିବା ପାଇଁ ନୌସେନା ଅଭ୍ୟାସ ସମୟରେ କିଛି ଦିନ ମିଶାଇଲ ଓ ରକେଟ ଉତକ୍ଷପଣ କରିପାରେ । ପ୍ରତିରକ୍ଷା ସଂସ୍ଥା ସୂଚନା ଅନୁସାରେ ଯୁଦ୍ଧାଭ୍ୟାସ ଉପରେ ନଜର ରଖାଯାଇଛି । ଯଦି ପାକିସ୍ତାନ ସେଭଳି କିଛି ପଦକ୍ଷପ ନେବ ତେବେ ଭାରତ ତାହାର ମୁକାବୁଲା କରିବାକୁ ପ୍ରସ୍ତୁତ ରହିଛି । ପାକିସ୍ତାନ ଉତ୍ତର ଆରବ ସାଗର ଠାରୁ ବାହାରୁଥିବା ମାଲବାହୀ ଜାହାଜ ପାଇଁ ମେରିଟାଇମ ଆଲର୍ଟ ଜାରି କରି କହିଛି, ସେ ସେପ୍ଟେମ୍ବର ୨୫ରୁ ୨୯ ମଧ୍ୟରେ ଲାଇଫ ମିଶାଇଲ, ରକେଟ ଓ ବନ୍ଧୁକ ଫାୟରିଂ କରିବ । ସୂତ୍ର ଅନୁସାରେ ପାକିସ୍ତାନ ସବୁବେଳେ ଭାତତକୁ ଟାର୍ଗେଟ କରୁଥିବା ଦେଖାଯାଉଛି । ଯଦି ସେଭଳି କିଛି କାମ କରେ ତା’ହେଲେ ତାକୁ ଉଚିତ ଜବାବ ମିଳିବ ।

Leave a Reply

Your email address will not be published. Required fields are marked *

Trending

Exit mobile version